ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା (ଗ୍ରୁପ-ଏ ଓ ଗ୍ରୁପ-ବି)-୨୦୨୧ ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମେରିଟ୍ ଲିଷ୍ଟ ଅନୁସାରେ ୮ ଜଣ ମହିଳାଙ୍କ ସମେତ ମୋଟ ୨୭ ଜଣ ପ୍ରାର୍ଥୀଙ୍କୁ ଏହି ପଦ / ସେବାରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସୁପାରିଶ କରାଯାଇଛି । ଚୂଡ଼ାନ୍ତ ହୋଇଥିବା ୨୭ ଜଣ ପ୍ରାର୍ଥୀଙ୍କ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି । ପ୍ରାର୍ଥୀମାନଙ୍କୁ ୱେବସାଇଟ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ଏହି ନିଯୁକ୍ତିର ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଅନୁପସ୍ଥିତ ରହିଥିବା ଦୁଇଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ରିଜେକ୍ଟ କରି ଦିଆଯାଇଛି । ଉକ୍ତ ଦୁଇ ପ୍ରାର୍ଥୀଙ୍କ ରୋଲ ନମ୍ବର ଓପିଏସସି ୱେବସାଇଟରେ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ଗତବର୍ଷ ନଭେମ୍ବର ମାସରେ ଓଡ଼ିଶା ମ୍ୟୁନିସିପାଲ ପ୍ରଶାସନିକ ସେବା-୨୦୨୧ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ୧୯ ଜଣ ମହିଳାଙ୍କ ସମେତ ମୋଟ ୫୯ ଜଣ ପ୍ରାର୍ଥୀ ଚୟନ ହୋଇଥିଲେ । ଗତ ୧୮ ଓ ୧୯ ତାରିଖରେ କଟକର ଡ. ପି.କେ ପରିଡ଼ା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଥିଲା ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post