ପେଟମାଡ଼ି ଶୋଇବା ଅଭ୍ୟାସ ଅନେକଙ୍କଠାରେ ଦେଖିବାକୁ ମିଳେ। ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଜାଣିରଖନ୍ତୁ ସେ ସମ୍ପର୍କରେ…
ପେଟ ମାଡ଼ି ଶୋଇବା ଦ୍ୱାରା ମାଂସପେଶୀଗୁଡ଼ିକ ଚାପିହୋଇ ରହିବା ସହ ବଡି ପୋଜିଶନ ଠିକ୍ ଭାବେ ନ ରହୁ ଥିବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇପାରେ ନାହିଁ। କେବେ କେବେ ଏଥିପାଇଁ ମସଲ କ୍ରାମ୍ପ୍ ହୋଇ ଖୁବ୍ ଯନ୍ତ୍ରଣା ହୋଇଥାଏ । ତା’ ଛଡ଼ା ହୃତ୍ପିଣ୍ଡରୁ ମସ୍ତିଷ୍କକୁ ଭଲ ଭାବେ ରକ୍ତ ସଞ୍ଚାଳନ ହେବାରେ ବାଧା ଉପୁଜିଥାଏ। ଫଳରେ ମୁଣ୍ଡବିନ୍ଧା ହୋଇଥାଏ।ପେଟ ଚାପିହୋଇ ରହୁଥିବାରୁ ଖାଦ୍ୟ ଭଲ ଭାବେ ହଜମ ହେବାରେ କଷ୍ଟ ହୋଇଥାଏ। ବାରମ୍ବାର ଏପରି ହେଲେ ଧୀରେ ଧୀରେ ଗ୍ୟାସ୍, ବଦହଜମି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।ଏହାଦ୍ୱାରା ମେରୁଦଣ୍ଡରେ ଚାପ ପଡ଼ିଥାଏ। ଫଳରେ କିଛିଦିନ ପରେ ଧୀରେ ଧୀରେ ପିଠି ଯନ୍ତ୍ରଣା ସମସ୍ୟା ଆରମ୍ଭ ହୋଇଥାଏ। ତୁରନ୍ତ ଏପରି ଶୋଇବା ନ ବଦଳାଇଲେ ବେକରୁ ଅଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣା ଜଟିଳ ହେବା ଆଶଙ୍କା ବୃଦ୍ଧି ପାଇଥାଏ।
ଏହାଦ୍ୱାରା ମୁହଁ ଚାପିହୋଇ ରହୁଥିବାରୁ ମୁହଁକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିପାରେ ନାହିଁ। ଫଳସ୍ବରୂପ ବ୍ରଣ, ଦାଗ ଭଳି ସମସ୍ୟା ସହ ଅଳ୍ପ ବୟସରୁ ଏଜ୍ଲାଇନ୍ ଏବଂ ରିଙ୍କିଲ୍ ମାର୍କ ଦେଖାଦେଇଥାଏ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post