ଏବେ ଗାଡ଼ି ରଖିବା ପାଇଁ ଆଦାୟ ହେବ ପାର୍କିଂ ଫି । ଏହି ନିୟମକୁ ବିଏମସି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏଭଳି ନିଷ୍ପତ୍ତି ନେବାର କାରଣ ଦର୍ଶାଇ ବିଏମସି କହିଛି ଯେ, କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ଓ ବଡ଼ ବଡ଼ିଆ ଏହାକୁ ପାର୍କିଂ ଭାବେ ବ୍ୟବହାର କରୁଛନ୍ତି । ଏଥିରେ ମଲ୍ ସହ ତାଙ୍କ ବ୍ୟବସାୟ ସ୍ଥଳର କୌଣସି ସଂପର୍କ ନଥିଲା । ଏମାନଙ୍କ କାର ଯୋଗୁଁ ମଲକୁ ଆସୁଥିବା ଗ୍ରାହକ ବାହାରେ ଗାଡ଼ି ରଖୁଛନ୍ତି ।ବାହାରେ ଗାଡ଼ି ପାର୍କିଂ କରିବା ହେତୁ ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ପାର୍କିଂ ଜୋନରେ ଅଧିକ ଗାଡ଼ି ଥିବାରୁ ଲୋକେ ମଲକୁ ଆସୁନଥିଲେ ମଧ୍ୟ । ଏଭଳି ସ୍ଥିତି ନେଇ ଅନେକ ଥର ଅଭିଯୋଗ ହେବାରୁ ପବ୍ଲିକ ୱାର୍କସ୍ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା ଏହି ପ୍ରସଙ୍ଗ ଗତ କର୍ପୋରେସନ ବୈଠକରେ ଉଠାଇଥିଲେ । ଏନେଇ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଛନ୍ତି ଯେ, ମଲମାଲିକମାନେ ପାର୍କିଂ ଦେୟ ଆଦାୟ କରିପାରିବେ । ଓଡ଼ିଶାର ଅନ୍ୟ ସହରର ମାଲମାଲିକମାନେ ପାର୍କିଂ ଫି ଆଦାୟ ମଧ୍ୟ କରୁଛନ୍ତି ।ଏହି ବୈଠକରେ ବିଏମସି ଅଞ୍ଚଳରେ ଥିବା ମାଲିକମାନଙ୍କୁ ପାର୍କିଂ ଫି ଆଦାୟ କରିବାକୁ ଅନୁମତି ଦିଆଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହେବା ସହ ପାର୍କିଂ ଫି ଆଦାୟ କରିବା ପାଇଁ ମଲ୍ ତଥା ମଲ୍ଟିପ୍ଲେକ୍ସ କର୍ତ୍ତୃପକ୍ଷ ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post