ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୮ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଫାଲଗୁନମାସ- ଶୁକ୍ଳପକ୍ଷ
ତିଥି- ନବମୀ ରାତ୍ରି ଘ ୧୦/୫୦ ପର୍ଯ୍ୟନ୍ତ ତଦନ୍ତେ ଦଶମୀ
ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୬/୫୨ ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ
ଚନ୍ଦ୍ର- ମିଥୁନ
ଯୋଗ- ସୌଭାଗ୍ୟ
କରଣ – ବାଳବ
ସୌରମାସ- ମୀନ ୦୫ ଦିନ

ମେଷ: ପରିବାରରେ ଯାହା ବିବାଦ ଥିଲା, ତା’ର ସମାଧାନ ହୋଇଯିବାରୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବକେୟା ଅର୍ଥ ଫେରି ପାଇବେ।

ବୃଷ: ମନ ଅସ୍ଥିର ରହିବ। ଗୁପ୍ତଶତ୍ରୁ ବୃଦ୍ଧି ହେବେ। ବ୍ୟବସାୟରେ ଲାଭ ମିଳିବ। ଅଯଥାରେ ଧନହାନି ହୋଇପାରେ। ରାଜନୀତି କରୁଥିବା ବ୍ୟକ୍ତି ପରିଶ୍ରମ ଅନୁସାରେ ଫଳ ନ ପାଇପାରନ୍ତି।

ମିଥୁନ: ଶୁଭଫଳ ପାଇବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ। ସ୍ୱାମୀସ୍ତ୍ରୀଙ୍କ ସଂପର୍କ ଭଲ ରହିବ। ଆଜି ଦୂରସ୍ଥାନକୁ ଯାତ୍ରା ନ କଲେ ଭଲ।

କର୍କଟ: ବ୍ୟବସାୟରେ ଲାଭ ପାଇବେ ନାହିଁ। ବ୍ୟୟ ବଢ଼ିବ। ନିର୍ମାଣାଧୀନ କାର୍ଯ୍ୟ ଅଧାରେ ଅଟକିବାରୁ ମନ ଭଲ ରହିବ ନାହିଁ।

ସିଂହ: ମାନସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ। ଭ୍ରମଣ ଯୋଗ ରହିଛି।

କନ୍ୟା: ବହୁଦିନରୁ ଅଟକିଥିବା କାର୍ଯ୍ୟର ସମାଧାନ ହେବ। ଅର୍ଥଲାଭ ହେବ। ଦୂରସ୍ଥାନକୁ ଯାତ୍ରା କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କାହା ସହିତ ଝଗଡ଼ା କରନ୍ତୁ ନାହିଁ।

ତୁଳା: ବନ୍ଧୁଙ୍କ ସହିତ ମତାନ୍ତର ହୋଇପାରେ। ସନ୍ତାନସନ୍ତତି ମାନଙ୍କର ବ୍ୟବହାର ବାପାମାଆଙ୍କ ମନରେ କଷ୍ଟ ଦେବ। ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ।

ବିଛା: ବ୍ୟବସାୟକୁ ନେଇ ଚିନ୍ତାରେ ରହିବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ନମିଳିବାରୁ ମନରେ ଅସ୍ଥିରତା ବୃଦ୍ଧି ହେବ।

ଧନୁ: କୌଣସି କାରଣ ପାଇଁ ଅଯଥାରେ କାହାରି ସହିତ ଝଗଡ଼ା ହୋଇପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ବହୁ ଦିନରୁ ବାକି ପଡ଼ିଥିବା ଅର୍ଥ ଫେରି ପାଇବେ। ଘରକୁ ଅତିଥିଙ୍କର ଆଗମନ ହେବ। ଭୂମି ତଥା ଯାନବାହାନ କ୍ରୟ କରିବା ପାଇଁ ମନ ବଳାଇବେ। ସୁସ୍ୱାଦୁ ଭୋଜନ କରିବେ।

କୁମ୍ଭ: ଆୟ ଅନୁସାରେ ବ୍ୟୟ ବଢ଼ିବ। କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ନାହିଁ। ଗୁପ୍ତଶତ୍ରୁ ବୃଦ୍ଧି ହେବେ।

ମୀନ: ପରିବାରରେ କୌଣସି ଛୋଟ କଥାକୁ ନେଇ ଝଗଡ଼ା ହୋଇପାରେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ। ଜମିବାଡ଼ି ସମସ୍ୟା ବୃଦ୍ଧି ହେବ, କିନ୍ତୁ ବନ୍ଧୁ ସମାଧାନ କରିଦେବେ।