ଖୋଲିବ ୫୪ଟି ଆରଟିଓ କ୍ୟାମ୍ପ ଅଫିସ୍
ଦେଶରେ ଯାନବାହାନ ଦ୍ରୁତଗତିରେ ବଢିବାରେ ଲାଗିଛି । ଏଥିସହ ଜଡିତ ସେବାର ମଧ୍ୟ ଆବଶ୍ୟକତା ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ୫୪ଟି କ୍ୟାମ୍ପ ଅଫିସ ଖୋଲାଯିବା ନେଇ ପ୍ରସ୍ତୁତି ଚାଲିଛି । ତେବେ ଏହି ଅଫିସରେ ପରିବହନ ସଂପର୍କୀତ ସେବା ଉପଲବ୍ଧ ହେବ । ଏହା ଫଳରେ ଆରଟିଓ ଅଫିସଠାରୁ ଦୂରରେ ରହୁଥିବା ଲୋକେ ଆଉ ସମସ୍ୟା ଭୋଗିବେ ନାହିଁ ।ଆରଟିଓ କାର୍ଯ୍ୟାଳୟରେ ଭିଡ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟି ରଖି ରାଜ୍ୟ ପରିବହନ କ୍ୟାମ୍ପ ଅଫିସ୍ ଖୋଲିବା ପାଇଁ ପରିବହନ ବିଭାଗକୁ ପ୍ରସ୍ତାବ ଦେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ଏହି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରୀ ମିଳିଥିଲା ।ଏହା ରାଜ୍ୟ ସରକାର ୫ଟି ଉପକ୍ରମ ଅଧୀନରେ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଭଳି ଏକାଧିକ ଅଭିନବ ବ୍ୟବସ୍ଥା କରାଯାଇଛି । ତେବେ ଏଥିରେ ଅନ୍ତର୍ଭୁକ୍ତ ଥିବା ଅଞ୍ଚଳଗୁଡିକ ହେଉଛି, ଗଞ୍ଜାମ ଜିଲ୍ଲାରେ ଅସ୍କା ଓ ବ୍ରହ୍ମପୁର, କଳାହାଣ୍ଡିରେ ଧର୍ମଗଡ଼, ମୟୂରଭଞ୍ଜରେ କରଞ୍ଜିଆ ଓ ବେତନଟୀ, ବଲାଙ୍ଗିରରେ କଣ୍ଟାବାଞ୍ଜି ଓ ଟିଟିଲାଗଡ଼, ସମ୍ବଲପୁରରେ ରେଢ଼ାଖୋଲ ଓ କୁଚିଣ୍ଡା, ଜଗତସିଂହପୁରର ପାରାଦ୍ୱୀପ, କଟକରେ ଆଠଗଡ଼ ଓ ନିଆଳିରେ କ୍ୟାମ୍ପ୍ ଅଫିସ୍ ଖୋଲିବ। ସେହିପରି କେନ୍ଦ୍ରାପଡ଼ାରେ ପଟ୍ଟାମୁଣ୍ଡାଇ, ଭଦ୍ରକରେ ଚାନ୍ଦବାଲି ଓ ଧାମରା, ଯାଜପୁରରେ କାଳିଆପାଣି ଓ କଳିଙ୍ଗନଗର, ବାଲେଶ୍ୱରରେ ନୀଳଗିରି ଓ ଜଳେଶ୍ୱର, କେନ୍ଦୁଝରରେ ଆନନ୍ଦପୁର ଓ ଚମ୍ପୁଆ, ସୁନ୍ଦରଗଡ଼ରେ ହେମଗିରି, ରାଉରକେଲାରେ ବଣାଇ, ରାଜଗାଙ୍ଗପୁର ଓ କୋଇଡ଼ା, ଅନୁଗୁଳରେ ଆଠମଲ୍ଲିକ, ତାଳଚେରରେ ପାଲଲହଡ଼ା ଓ ଏନ୍ଟିପିସି କଣିହା, ଢେଙ୍କାନାଳରେ କାମାକ୍ଷାନଗର, ଖୋର୍ଦ୍ଧାରେ ବାଲୁଗାଁ ଓ ବୋଲଗଡ଼, ନୟାଗଡ଼ରେ ଦଶପଲା ଏବଂ ଓଡ଼ଗାଁ, ପୁରୀରେ ନିମାପଡ଼ା ଓ କୋଣାର୍କ, ରାୟଗଡ଼ାରେ ଗୁଣୁପୁର, କାଶୀପୁର ଓ ମୁନିଗୁଡ଼ା, କୋରାପୁଟରେ ଜୟପୁର ଓ ସେମିଳିଗୁଡ଼ା, ଗଜପତିରେ ମୋହନାଠାରେ କ୍ୟାମ୍ପ୍ ଅଫିସ ଖୋଲିବ।ଏଥିସହ ମାଲକାନଗିରିରେ ମୋଟୁ ଓ ଚିତ୍ରକୋଣ୍ଡା, ଫୁଲବାଣୀରେ ବାଲିଗୁଡ଼ା ଓ ଜି. ଉଦୟଗିରି, ନୂଆପଡ଼ା, ନବରଙ୍ଗପୁରରେ ଉମରକୋଟ ଓ ଡାବୁଗାଁ, ବୌଦ୍ଧରେ କଣ୍ଟାମାଳ ଓ ଚାରିଛକ, ସୋନପୁରରେ ଡୁଙ୍ଗିରିପାଲି, ଝାରସୁଗୁଡ଼ାରେ ବ୍ରଜରାଜନଗର ଓ ଲଖନପୁର, ଦେବଗଡ଼ ଜିଲ୍ଲାର ରିଆମାଳରେ ଏପରି କ୍ୟାମ୍ପ୍ ଅଫିସ ଖୋଲାଯିବ