ରାଜ୍ୟରେ ପାଗ ପରିବର୍ତ୍ତନ ହେବାକୁ ଯାଉଛି
ରାଜ୍ୟରେ କିଛି ଦିନ ହେବ ସମସ୍ତଙ୍କୁ ତାତି କଲବଲ କରୁଛି। ହେଲେ ଏହି ତାତିରୁ ବର୍ତ୍ତମାନ ମୁକ୍ତି ମିଳିବାକୁ ଯାଉଛି । କାରଣ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଗ ପରିବର୍ତ୍ତନ ହେବାକୁ ଯାଉଛି। ତେବେ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମଙ୍ଗଳବାର ୬ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି। ତେଣୁ ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।