ରୁଷ ସ୍ଥିତ ବେଲଗୋରୋଡ଼ରେ ୟୁକ୍ରେନ୍ ଆକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରୁଷରେ ସୋମବାର ଏବଂ ମଙ୍ଗଳବାର ସମସ୍ତ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ ରହିବ ବୋଲି ଅଞ୍ଚଳର ରାଜ୍ୟପାଳ ଘୋଷଣା କରିଛନ୍ତି । ୟୁକ୍ରେନ୍ ସୀମାରେ ବେଲଗୋରୋଡ଼ ଥିବାରୁ ଏହା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ଯୁଦ୍ଧ ବିଷୟରେ ଲଗାତର ଅପଡେଟ୍ ଦିଆଯାଉଛି ।ବେଲଗୋରୋଡ଼ର ରାଜ୍ୟପାଳ Vyacheslav Gladkov ଟେଲିଗ୍ରାମ୍ ମାଧ୍ୟମରେ ଦର୍ଶାଇଛନ୍ତି ଯେ ୟୁକ୍ରେନର କ୍ରମାଗତ ଏୟାର ଷ୍ଟ୍ରାଇକ୍ ରୁଷର ସୀମାନ୍ତରେ ଥିବା ଜିଲ୍ଲାଗୁଡ଼ିକୁୁ ପ୍ରଭାବିତ କରୁଛି । ରୁଷ ସୀମାନ୍ତ ଜିଲ୍ଲାରେ ଏଭଳି ପରିସ୍ଥିତି ଅତ୍ୟନ୍ତ କଷ୍ଟକର । ସମସ୍ତଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ରବିବାର ଏବଂ ସୋମବାର ଶପିଂ ମଲ୍ ଗୁଡ଼ିକ ବନ୍ଦ ରହିବା ସହ ସମସ୍ତ ଶିକ୍ଷାନୁଷ୍ଠାନ ସୋମବାର ଏବଂ ମଙ୍ଗଳବାର ବନ୍ଦ ରହିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ