ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ
ବାଜିଛି ୨୦୨୪ ନିର୍ବାଚନ ବିଗୁଲ । ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଘୋଷଣା ଅନୁସାରେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ହେବ ଭୋଟ । ମେ’୧୩ ତାରିଖରେ ଓଡ଼ିଶାରେ ପଡିବ ଭୋଟ । ମେ’ ୧୩, ମେ’ ୨୦, ମେ’ ୧୫ ଓ ଜୁନ ୧ ତାରିଖରେ ମତଦାନ କରିବେ ଓଡ଼ିଶାବାସୀ । ଜୁନ ୪ ତାରିଖରେ ହେବ ମତଗଣନା,ନିର୍ବାଚନର ପର୍ବ, ଦେଶର ଗର୍ବ କହି ମୁଖ୍ୟ ନିର୍ବାଚନ କମିସନ ଘୋଷଣା କରିଛନ୍ତି ନିର୍ବାଚନ ତାରିଖ । ଜୁନ ମାସରେ ଶେଷ ହେବ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ଏହି ମହାପର୍ବ । ଦେଶରେ ଏପ୍ରିଲ ୧୯ ତାରିଖରେ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟ ଚାଲିବ । ଜୁନ ୧ ତାରିଖରେ ଶେଷ ହେବ ମତଦାନ । ତେବେ ଓଡ଼ିଶାର ବିଧାନସଭା ଓ ଲୋକସଭା ପାଇଁ ୪ଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ନଜର ପକାନ୍ତୁ କେଉଁ ତାରିଖରେ କେତେ ଆସନ ପାଇଁ ମତଦାନ ହେବ