ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁତର ଆହତ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁତର ଆହତ ହୋଇଛନ୍ତି। ଆହତର ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚା ଆରମ୍ଭ ହୋଇଛି । କିଛି ଲୋକ କହୁଛନ୍ତି ନିର୍ବାଚନ ପୂର୍ବରୁ ଭୋଟ ପାଇବା ପାଇଁ ମମତା ଏପରି କରୁଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।ଗତ ସନ୍ଧ୍ୟାରେ ତାଙ୍କୁ ଏସ୍ଏସ୍କେଏମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆବଶ୍ୟକ ପରୀକ୍ଷା ଓ କପାଳରେ ଷ୍ଟିଚ୍ ପରେ ତାଙ୍କୁ ଛାଡ଼ିଦିଆଯାଇଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତୃଣମୂଳ କଂଗ୍ରେସ ପକ୍ଷରୁ ସୂଚନା ଏହି ଦିଆଯାଇଛି। ମମତାଙ୍କ କପାଳରେ ଆଘାତ ଲାଗିଥିବା ଓ ରକ୍ତ ବୋହୁଥିବା ଫଟୋ ସେୟାର କରି କୁହାଯାଇଥିଲା ଯେ ଆଜି ମମତା ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ତେବେ କେଉଁ ଭଳି ପରିସ୍ଥିତିରେ ମମତାଙ୍କ କପାଳରେ ଆଘାତ ଲାଗିଲା ସେ ନେଇ ଦଳ କୌଣସି ସୂଚନା ଦିଆଯଯାଇ ନଥିଲା। ତେବେ ଜଣାପଡ଼ିଛି ଯେ ଘର ଭିତରେ ସେ ପଡ଼ିଯିବାରୁ ତାଙ୍କ କପାଳରେ ଆଘାତ ଲାଗିଥିଲା। ଯାହାକୁ ନେଇ ସୋସିଆଲ ମିଡିଆ ଦୁଇଭାର ହୋଇଛି । ମମତାଙ୍କ ସମର୍ଥକ ତାଙ୍କ ଆରୋଗ୍ୟ କାମନା କରୁଥିବା ବେଳେ ତାଙ୍କ ବିରୋଧୀ ତାଙ୍କୁ ଟ୍ରୋଲ କରୁଛନ୍ତି ।