ମେଟ୍ରୋ ଟିଭି ଓଡିଶା (୨୪.୨.୨୦୧୨):
ପାକିସ୍ତାନର ରାଜଧାନୀ ଇସ୍ଲାମାବାଦର ପସ୍ ସହର ଅଞ୍ଚଳର ଡିଏଚ୍ ୧ ଉପରେ ନିକଟରେ ଏକ ରହସ୍ୟମୟ ତ୍ରିଭୁଜାକୃତି ବସ୍ତୁ ଉଡ଼ୁଥିବାର ଦେଖିବାକୁ ମିଳିଛି। ଏହି ୟୁଏଫ୍ଓକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରିପୋର୍ଟ ମୁତାବକ, ୩୩ ବର୍ଷୀୟ ଅର୍ସଲାନ ବାରାଇଚ୍ ଏହି ଏଲିୟନ୍ ବିମାନର ଏକ ୧୨ ମିନିଟ୍ର ଭିଡିଓ କରିଛନ୍ତି। ସେ ଏହାକୁ ୟୁଟ୍ୟୁବ୍ରେ ସେୟାର କରିଛନ୍ତି। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଅର୍ସଲାନ କହିଛନ୍ତି-ଆକାଶରେ ଏହି ବିମାନକୁ ଦେଖି ହଠାତ୍ ମୁଁ କିଛି ବୁଝିପାରିନଥିଲି। ୧୨ ମିନିଟ୍ ଧରି ମୁଁ ଭିଡିଓ କରିଥିଲି। ଏହା ପାଖାପାଖି ୨ ଘଣ୍ଟା ଆକାଶରେ ସ୍ଥିର ଥିଲା। ଏହି ତ୍ରିଭୁଜାକୃତି ଉଡ଼ନ୍ତା ବସ୍ତୁଟି କଳା ରଙ୍ଗର ଥିଲା। କ୍ୟାମେରାରେ ଜୁମ୍ କରିବା ପୂର୍ବରୁ ଏହା ଗୋଲ ନଜର ଆସୁଥିଲା। କିନ୍ତୁ ଜୁମ୍ ପରେ ତିନି କୋଣିଆ ଥିବାର ଜଣାପଡ଼ିଥିଲା।

ଭିଡିଓଟି ଭାଇରାଲ ହେବା ପରେ ଲୋକେ ଏହାକୁ ଏଲିୟନ୍ ବୋଲି କହିଛନ୍ତି। ଏହା କିଛି ସମୟ ତଳ ଆଡ଼କୁ ଆସିବା ପରେ ପୁଣି ଉପରକୁ ଫେରିଯାଇଥିଲା। ତା’ ପରେ ପୂରା ଗାଏବ ହୋଇଯାଇଗଲା।

ଭିଡିଓଟି ଏବେ ଭାଇରାଲ ହେଉଥିବା ବେଳେ ଲୋକମାନେ କହୁଛନ୍ତି ଯେ ଏଲିୟନ୍ ପୃଥିବୀକୁ ଆସିଥିଲେ। ପୃଥିବୀ ବିଷୟରେ ତଥ୍ୟ ନେଇ ପୁଣି ଫେରିଯାଇଛନ୍ତି। କିନ୍ତୁ କୌଣସି ଅନ୍ତର୍ଜାତୀୟ ସ୍ପେସ୍ ଏଜେନ୍ସି ଏବେ ଯାଏଁ ଏନେଇ କୌଣସି ବୟାନ ଦେଇନଥିବା ଜଣାଯାଇଛି।