ମେଟ୍ରୋ ଟିଭି ଓଡିଶା (୨୪.୨.୨୦୧୨):
ୟୁକ୍ରେନ-ଋଷିଆ ଯୁଦ୍ଧ ଆରମ୍ଭ ! ରୁଷ୍ ରାଷ୍ଟ୍ରପତି ଭ୍ଲାଦ୍ମିର ପୁଟିନ୍ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍ର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟିଥିବା ଦେଖାଦେଇଛି । ତେଣୁ ୟୁକ୍ରେନ୍ରେ ଏବେ ସାଂଘାତିକ ସ୍ଥିତି ଉପୁଜିଛି । ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଭ୍ ଓ ଖାରକିଭ ଅଞ୍ଚଳ ଘନ ଘନ ବୋମା ମାଡ଼ ଚାଲିଛି । ଆମେରିକା ଭିତ୍ତିକ ବିଏନଓ ନ୍ୟୁଜ ଜାରି କରିଥିବା ଭିଡିଓରେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ଖାରକିଭ୍ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।

ଅନ୍ୟପକ୍ଷରେ ରୁଷର ବେଲଗୋରୋଡରେ ସିରିଜ୍ ବିସ୍ଫୋରଣ ହୋଇଥିବା ଖବର ରୟଟର୍ସ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ସିରିଜ୍ ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ହେଲେ ନିର୍ଦ୍ଦିଷ୍ଟ ଭାବେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନି । ସେପଟେ ଅନ୍ତର୍ଜାତୀୟ ବଜାରରେ ବଢ଼ିଲା ଅଶୋଧିତ ତୈଳ ଦର । ୟୁକ୍ରେନ ସଙ୍କଟ ପରେ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ।