ରାଜ୍ୟରେ କମୁଛି ଶିଶୁ ମୃତ୍ୟୁହାର । ଏସଆରଏସ୍ ରିପୋର୍ଟରୁ ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସଫଳତା ପ୍ରକାଶ ପାଇଛି । ୨୦୦୮ ତୁଳନାରେ ୫୦ ପ୍ରତିଶତ କମିଛି ଶିଶୁ ମୃତ୍ୟୁହାର । ଆଗକୁ ଏହି ସଂଖ୍ୟା ଆହୁରି କମିବା ନେଇ ଆଶା କରାଯାଉଛି । ଉଭୟ ଗର୍ଭବତୀ ମା ଓ ଶିଶୁର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁ ଏହା ସମ୍ଭବ ହୋଇପାରିଛି । ଏଥିରେ ଟିକାକରଣ ଏକ ବଡ଼ ଭୂମିକା ଗ୍ରହଣ କରିଛି ।ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ସୁସ୍ଥ ଓଡ଼ିଶା, ସୁଖି ଓଡ଼ିଶାର ଲକ୍ଷ୍ୟ ହାସଲ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଭିଜନ । ଏହାକୁ ମିଶନ ମୋଡରେ କାର୍ଯ୍ୟକ୍ଷମ କରାଯାଉଥିବାରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି । ୫ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ କରିବାରେ ଟିକାକରଣର ଉଲ୍ଲେଖନୀୟ ଅବଦାନ ରହିଛି । ମମତା ପରି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଯତ୍ନ ନେବାରେ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ଶିଶୁଙ୍କୁ ଅଣ୍ଡା ଯୋଗାଇ ଦିଆଯାଉଛି । ଘରଘର ବୁଲି ଅଙ୍ଗନୱାଡ଼ି ଓ ଆଶାକର୍ମୀ ଟିକାକରଣ ଯୋଜନାକୁ ସଫଳ କରୁଛନ୍ତି । ଠିକ୍ ସମୟରେ ପୋଲିଓ ଟିକା ଦିଆଯାଉଛି । ତେଣୁ ଆଗାମୀ ଦିନରେ ଶିଶୁ ମୃତ୍ୟୁହାର କମିବ ବୋଲି ଆଶା କରାଯାଉଛି ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post