କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ଠାକୁରାଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ତି ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିଧାସଳଖ ଉପସ୍ଥିତ ଲୋକଙ୍କ ମତାମତ ଲୋଡ଼ାଯାଇଥିଲା। ସେହିପରି ମତାମତ ମାଗିଲେ ମାତ୍ର ଉତ୍ତର ଦେବା ପରିବର୍ତ୍ତେ ଆର୍ଟିଆଇରେ ମାଗିଲେ ମିଳିବ ବୋଲି କୁହାଯାଇଥିଲା। ଏହାକୁ ଉପସ୍ଥିତ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।
ଆଜିର ପ୍ରସ୍ତୁତି ବୈଠକରେ ୪ଜଣ ପ୍ରମୁଖ ପ୍ରଶାସନିକ ଅଧିକାରୀ ଅନୁପସ୍ଥିତ ରହିଥିଲେ। ଘଟଗାଁ ଏସ୍ଡିପିଓ, ତହସିଲଦାର, ଥାନା ଅଧିକାରୀ ଓ ବିଡିଓ ବୈଠକକୁ ଆସିନଥିବା ଜଣାପଡ଼ିଛି। ସେହିପରି କେତକ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଠକରେ ଯୋଗଦେବାପାଇଁ ଚିଠି କରାଯାଇ ନଥିବା ଜଣାପଡ଼ିଛି। ବୈଠକରେ ଗାୟତ୍ରୀ ପରିବାରର ମୁଖ୍ୟ ଜଗବନ୍ଧୁ ସା ଗତବର୍ଷ ଚଇତି ପର୍ବର ଆୟବ୍ୟୟ ସମ୍ପର୍କରେ ସଂକ୍ଷେପରେ ଜାଣିବାକୁ ଚାହିଁଥିଲେ। କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଯାଇଥିଲେ। ଆର୍ଟିଆଇରେ ମାଗିଲେ ମିଳି ବୋଲି ଡିଆଇ ଦକ୍ଷିଣ କୁମାର ମାରାଣ୍ତି କହିଥିଲେ। ବୈଠକରେ ପାନୀୟଜଳ ବଣ୍ଟନକୁ କିପରି ସୂଚାରୁ ରୂପେ ତୁଲାଯିବ ସେ ସମ୍ପର୍କରେ ପ୍ରଗତି ଅନୁଷ୍ଠାନର ଖଗେଶ୍ବର ରାଉତ ମତାମତ ରଖିଥିଲେ। ଅଗ୍ନିଶମ ସଂସ୍ଥାର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ତା ସେମାନଙ୍କୁ ସେବାଦେବା ପାଇଁ ଦୁଆରଶୁଣୀ ମନ୍ଦିର ନିକଟରେ ଏକ ଅସ୍ଥାୟୀ ଗୃହ ଯୋଗାଇଦେବାକୁ ବୈଠକରେ ଜଣାଇଥିଲେ।
Trending
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
Next Post