କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ଠାକୁରାଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ତି ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିଧାସଳଖ ଉପସ୍ଥିତ ଲୋକଙ୍କ ମତାମତ ଲୋଡ଼ାଯାଇଥିଲା। ସେହିପରି ମତାମତ ମାଗିଲେ ମାତ୍ର ଉତ୍ତର ଦେବା ପରିବର୍ତ୍ତେ ଆର୍ଟିଆଇରେ ମାଗିଲେ ମିଳିବ ବୋଲି କୁହାଯାଇଥିଲା। ଏହାକୁ ଉପସ୍ଥିତ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।
ଆଜିର ପ୍ରସ୍ତୁତି ବୈଠକରେ ୪ଜଣ ପ୍ରମୁଖ ପ୍ରଶାସନିକ ଅଧିକାରୀ ଅନୁପସ୍ଥିତ ରହିଥିଲେ। ଘଟଗାଁ ଏସ୍ଡିପିଓ, ତହସିଲଦାର, ଥାନା ଅଧିକାରୀ ଓ ବିଡିଓ ବୈଠକକୁ ଆସିନଥିବା ଜଣାପଡ଼ିଛି। ସେହିପରି କେତକ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୈଠକରେ ଯୋଗଦେବାପାଇଁ ଚିଠି କରାଯାଇ ନଥିବା ଜଣାପଡ଼ିଛି। ବୈଠକରେ ଗାୟତ୍ରୀ ପରିବାରର ମୁଖ୍ୟ ଜଗବନ୍ଧୁ ସା ଗତବର୍ଷ ଚଇତି ପର୍ବର ଆୟବ୍ୟୟ ସମ୍ପର୍କରେ ସଂକ୍ଷେପରେ ଜାଣିବାକୁ ଚାହିଁଥିଲେ। କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଯାଇଥିଲେ। ଆର୍ଟିଆଇରେ ମାଗିଲେ ମିଳି ବୋଲି ଡିଆଇ ଦକ୍ଷିଣ କୁମାର ମାରାଣ୍ତି କହିଥିଲେ। ବୈଠକରେ ପାନୀୟଜଳ ବଣ୍ଟନକୁ କିପରି ସୂଚାରୁ ରୂପେ ତୁଲାଯିବ ସେ ସମ୍ପର୍କରେ ପ୍ରଗତି ଅନୁଷ୍ଠାନର ଖଗେଶ୍ବର ରାଉତ ମତାମତ ରଖିଥିଲେ। ଅଗ୍ନିଶମ ସଂସ୍ଥାର ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ତା ସେମାନଙ୍କୁ ସେବାଦେବା ପାଇଁ ଦୁଆରଶୁଣୀ ମନ୍ଦିର ନିକଟରେ ଏକ ଅସ୍ଥାୟୀ ଗୃହ ଯୋଗାଇଦେବାକୁ ବୈଠକରେ ଜଣାଇଥିଲେ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post