ମହଙ୍ଗା ପଡିଲା ନୂଆବର୍ଷ ସେଲିବ୍ରେସନ,ଶତାଧିକ ଯାତ୍ରୀଙ୍କୁ ଏବେ କରୋନା ଆଶଙ୍କା

ମହଙ୍ଗା ପଡିଲା ନୂଆବର୍ଷ ସେଲିବ୍ରେସନ,ଶତାଧିକ ଯାତ୍ରୀଙ୍କୁ ଏବେ କରୋନା ଆଶଙ୍କା

hindustantimes.com

ମେଟ୍ରୋ ଟିଭି ବ୍ୟୁରୋ,୩/୧: ନୂଆବର୍ଷ ସେଲିବ୍ରେସନ ମହଙ୍ଗା ପଡିଛି । କୋର୍ଡେଲିଆ କ୍ରୁସ୍ ନାମକ ଯାହାଜ ମୁମ୍ବାଇରୁ ଗୋଆ ଯାଇଥିବା ଯାତ୍ରୀଙ୍କ ପାଇ ମୁସ୍କିଲ ବଢିଯାଇଛି । ନୂଆବର୍ଷ ପାଳନ କରିବା ପାଇ ଏହି କ୍ରୁସ ପ୍ରାୟ ୨୦୦୦ ଯାତ୍ରୀଙ୍କୁ ଧରି ମୁମ୍ବାଇ ଯାଉଥିଲା । ଏହି କ୍ରୁସରେ ଥିବା ଜଣେ ମେମ୍ବର କରୋନା ପଜିଟିଭ ହେବା ପରେ ସବୁ ଯାତ୍ରୀଙ୍କ ଉପରେ ଏବେ କରୋନା ଆଶଙ୍କା । ଏବେ ସବୁ ଲୋକଙ୍କ କରୋନା ରିପୋ୭ଟକୁ ଲକ୍ଷ୍ୟ ରଖାଯାଇିଛି । ସଂକ୍ରମିତ ହୋଇଥିବା କ୍ରୁସ ମେମ୍ବରକୁ କ୍ରୁସରେ କ୍ୱାରେଣ୍ଟିନରେ ରଖାଯାଇଛି ।
ସ୍ୱାସ୍ଥ୍ୟକର୍ମଙ୍କ ଏକ ଟିମ କ୍ରୁସରେ ସବୁ ଲୋକଙ୍କର କରୋନା ଆରଟିପିସି ଟେଷ୍ଟ କରାଯାଇଛି ।ଯଦି ଏମାନଙ୍କ ରିପୋର୍ଟ ପଜିଟିଭ୍ ଆସିଲା ତେବେ ସମୁଦ୍ରରେ ଏହା କରୋନାର ମହାବିସ୍ଫୋରଣ ହେବ। ତେବେ ରିପୋର୍ଟ ନ ଆସିବା ଯାଏ କ୍ରୁସ୍ ଓହ୍ଲାଇବାକୁ ଯାତ୍ରୀମାନଙ୍କୁ ମନା କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ଏହି କ୍ରୁସ୍ ମୋରମୁଗାଓ ପୋର୍ଟ କ୍ରୁସ ଟର୍ମିନାଲ୍ ପାଖରେ ଅଟକି ରହିଛି। କ୍ରୁସ୍କୁ ଗୋଆରେ ଅଟକିବାକୁ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଅନୁମତି ଦେଇନାହିଁ ବୋଲି ସୂଚନା ମିଳିଛି।
ମୁମ୍ବାଇରେ ୧୧ହଜାର ୮୭୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମଣ ସହ ମୁମ୍ବାଇର ଆକ୍ଟିଭ୍ କେସ ୨୯ ହଜାର ୮୧୯ । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୪୭ ହଜାର ୪୧୦ ନମୂନା ପରୀକ୍ଷା ହୋଇଥିଲା । ଏଥିରୁ ୮ହଜାର ୬୩ ପଜିଟିଭ୍ କେସ୍ ଆସିଛି ।
ଦେଶରେ ୩୦ହଜାର ଟପିଲା କରୋନା ସଂକ୍ରମଣ। ୨୪ ଘଣ୍ଟାରେ ୩୩ ହଜାର ୭୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୧୨୩ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନରେ ୨୨.୫ ପ୍ରତିଶତ ବଢିଛି କରୋନା ସଂକ୍ରମଣ। ଆକ୍ଟିଭ କେସ୍ ୧ଲକ୍ଷ ୪୫ହଜାର ୫୮୨ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୮୧ ହଜାର ୮୯୩ରେ ପହଞ୍ଚିଛି।