କଳିଯୁଗ ଶେଷ ବିଷୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି। ଯାହା ଏବେ ଧିରେ ଧିରେ ସତ ହେଉଥିବା ଦେଖାଯାଉଛି। ମାଳିକାରେ କୁହାଯାଇଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି। ତେବେ ମାଳିକାରେ ଲେଖାଯାଇଥିଲା ଯେ, କଳିଯୁଗ ଶେଷ ହେବା ସମୟରେ ଶ୍ରୀମନ୍ଦିରର ୨୨ ପାହାଚରେ ମୀନ ଖେଳିବ। ଯାହା ଧିରେଧିରେ ସତ ହୋଇଥିବା କୁହାଯାଉଛି। ଆଜି ପୁଣି ଥରେ ବଡ଼ ଦେଉଳରୁ ପଥର ଖସିଛି।ଥରେ କି ଦୁଇଥର ନୁହେଁ ବାରମ୍ବାର ଖସୁଛି ପଥର । ପୂର୍ବରୁ ଖସିଥିଲା ଆଉ ଏବେ ବି ଖସିଲା । ସରି ସରି ଆସୁଛିକି କଳିଯୁ । କାରଣ ଯେତେବେଳେ ବି କିଛି ବିଘ୍ନ ହେବାକୁ ଯାଉଛି ପ୍ରଥମେ ଶ୍ରୀମନ୍ଦିର ସୂଚାଇ ଦେଇଛି । ଏଇ ଭିତରେ ମନ୍ଦିର ଉପରେ ଚିଲ ଉଡ଼ିଥିଲେ । ମନ୍ଦିରରେ ଫାଟ ଦେଖା ଯାଇଥିଲା ଆଉ ଏବେ ମନ୍ଦିରରୁ ପଥର ଖସିବା କଥା ସାମ୍ନାକୁ ଆସୁଛି । ପଥର ହେଲେ ମନ୍ଦିରର କେଉଁ ସ୍ଥାନରୁ ଖସିଛି କେବେ ଜଣା ପଡ଼ୁ ନାହିଁ । କାହା ଉପରେ ବି ପଥର ଖୁସୁ ନାହିଁ । ପଥର ଖସିବା ଦ୍ୱାରା ଆଜି ପର୍ଯ୍ୟନ୍ତ କାହାର ବି କିଛି କ୍ଷତି ହୋଇନାହିଁ । ପୁରା ଖୋଲା ସ୍ଥାନରେ ଖସୁଛି ପଥର । ଏହି ପଥର ଦକ୍ଷିଣ ପଶ୍ଚିମ ପଟ ମନ୍ଦିରରୁ ଖସିଛି ପଥର । ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଛି । ପଥର ଖସି ଏକାଦଶୀ ମନ୍ଦିର ଛାତ କଣା ହୋଇଯାଇଛି ।ଯଦି ଦେଖିବା ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା । ସେହି ସ୍ଥାନରେ ପୁରୁଣା ପଥରକୁ କଢ଼ା ଯାଇ ନୂଆ ପଥର ମାନ ଲଗା ଯାଇଥିଲା। ଆଉ ସେହି ନୂଆ ପଥର ଗୁଡ଼ିକୁ ମଧ୍ୟରୁ ପଥର ଖସିଥିବା ନେଇ ଅନୁମାନ କରାଯାଉଛି । ତେବେ ଏକାଦଶୀ ଛାତ ଉପରେ ପଥର ପଡ଼ିଥିବାରୁ କାହାର କିଛି କ୍ଷତି ହୋଇନାହିଁ । ସେପଟେ ସକାଳୁ ସକାଳୁ ଏଏସ୍ଆଇ ଟିମ ଏବଂ ମନ୍ଦିର ପ୍ରଶାସନ ପହଞ୍ଚି ଅନୁଧ୍ୟାନ କରିଛନ୍ତି କେଉଁଠୁ ପଥର ଖସିଛି । ପଥ ଖସିବାକୁ ଶ୍ରଦ୍ଧାଳୁ ମାନେ କଳିଯୁଗ ସରି ସରି ଆସୁଛି ବୋଲି କହିଛନ୍ତି । ସେମାନଙ୍କ କହିବା କଥା ବାରମ୍ବାର ମନ୍ଦିର ଫାଟୁଛି ପଥର ମଧ୍ୟ ଖସୁଛି । ଭଗବାନ କିଛି ଦର୍ଶାଇବାକୁ ଚାହୁଁଛନ୍ତି । ସେ କିଛି କହିବାକୁ ଚାହୁଁଛନ୍ତି । ତେବେ ମନ୍ଦିରରେ କାମ ଚାଲୁଥିବାରୁ ଏମିତି ସବୁ ହେବା ସ୍ୱଭାବିକ ବୋଲି ଅନ୍ୟ ଲୋମାନେ କହିଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post