ବିଜେଡି ବିଜେପି ମେଂଟ ଚର୍ଚ୍ଚା ପରେ କଂଗ୍ରେସର ନୂଆ ରଣନୀତି: କରାଇବ ପ୍ରତିକାତ୍ମକ ଅନ୍ନପ୍ରାସନ୍ନ

ବିଜେଡି ବିଜେପି ମେଂଟ ଚର୍ଚ୍ଚା ପରେ ଦୁଇ ଦଳକୁ ଘେରିବାକୁ କଂଗ୍ରେସ ନୂଆ ରଣନୀତି ଆପଣାଉଛି । ବିଜେଡି ବିଜେପି ଏକ ବୋଲି ବାରମ୍ବାର ଅଭିଯୋଗ କରି କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ ଓ ଖଣି ଦୁର୍ନୀତି ସହ ଶୋଷଣ ଓ ଦରଦାମ ବୃଦ୍ଧି ଜନ୍ମ ନେଇଥିବା ଅଭିଯୋଗ କରିଛି । ଏହାସହ ନାରୀ ନିର୍ଯାତନା, ଦାଦନ ସମସ୍ୟା, ଦଳିତ ଆଦିବାସୀ ଶୋଷଣ ଓ ଟାଟାପାୱାରର ଶୋଷଣ ଜନ୍ମ ନେଇଥିବା ଅଭିଯୋଗ କରି ପ୍ରତିକାତ୍ମକ ଅନ୍ନପ୍ରାସନ୍ନ କରିବାକୁ ଘୋଷଣା କରିଛି କଂଗ୍ରେସ । ଆସନ୍ତା ୧୧ତାରିଖ ଦିନ ୨ଟା ବେଳେ କଂଗ୍ରେସ ଭବନ ପରିସରରେ ପ୍ରତିକାତ୍ମକ ଅନ୍ନପ୍ରାସନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦଳ କହିଛି ।