ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ଲାଗି ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ବିଷୟରେ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ପରେ ସୁଧା ମୂର୍ତ୍ତି କହିଛନ୍ତି ଆଜି ମହିଳା ଦିବସରେ ତାଙ୍କୁ ବଡ ଉପହାର ମିଳିଛି । ସେ କହିଛନ୍ତି ସେ ଏବେ ଭାରତରେ ନାହାନ୍ତି । କିନ୍ତୁ ମହିଳା ଦିବସରେ ଏହା ତାଙ୍କ ପାଇଁ ବଡ ଉପହାର । ଦେଶ ପାଇଁ କାମ କରିବା ଏକ ନୂଆ ଦାୟିତ୍ୱ ଅଟେ । ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏଠାରେ ସୂଚାଇ ଦିଆଯାଇପାରେ କି ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ହେବା ସହିତ ଜଣେ ସୁପ୍ରତିଷ୍ଠିତ ଲେଖିକା ମଧ୍ୟ । ସେ ଲଗାତର ମହିଳା ଓ ଶିଶୁଙ୍କ ଲାଗି କାମ କରି ଆସୁଛନ୍ତି । ସେ ବହୁ ପ୍ରେରଣାଦାୟକ ପୁସ୍ତକ ଲେଖିଛନ୍ତି । ୧୯୮୧ରେ ଇନଫୋସିସ୍ ଆରମ୍ଭ ସମୟରେ ସୁଧା ମୂର୍ତ୍ତି ସ୍ୱାମୀ ନାରାୟଣ ମୂର୍ତ୍ତିଙ୍କୁ ୧୦,୦୦୦ଟଙ୍କା ଉଧାର ଦେଇଥିଲେ । ସୁଧା ଏକ ଟିଭି ଶୋ’ରେ କହିଛନ୍ତି ସେତେବେଳେ ସେମାନେ ଏକ ଭଡା ଘରେ ରହୁଥିଲେ ଓ ତାଙ୍କ ପରିବାର ଆର୍ଥିକ ସଂକଟ ଦେଇ ଗତି କରୁଥିଲା ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post