ଋଷଭ ପନ୍ତ ଏକ ବର୍ଷରୁ ଅଧିକ ସମୟ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏମିତିରେ ସମସ୍ତେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ସୁସ୍ଥ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ପନ୍ତ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି। ତେବେ ସେ ଏଥର ଆଇପିଏଲ୍୨୦୨୪ରେ ଖେଳିବେ ବୋଲି ଆଶା କରାଯାଉଛି। ଏନେଇ ମାର୍ଚ୍ଚ ୫ ତାରିଖରେ ସ୍ଥିତି ସ୍ପଷ୍ଟ ହୋଇଯିବ।ପନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳନ୍ତି। ଦିଲ୍ଲୀ ଫ୍ରାଞ୍ଚାଇଜ୍ର କ୍ରିକେଟ ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ପନ୍ତଙ୍କ ବିଷୟରେ ଏକ ବଡ ଅପ୍ଡେଟ୍ ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ ମାର୍ଚ୍ଚ ୫ରେ ଜାତୀୟ କ୍ରିକେଟ ଏକାଡେମୀରେ ପନ୍ତଙ୍କ ଫିଟନେସ ପରୀକ୍ଷା ହେବ ଯେଉଁଥିରେ ତାଙ୍କୁ ଫିଟ୍ ଘୋଷଣା କରାଯିବ। ଏହା ପରେ ମଧ୍ୟ ଆମେ ଅଧିନାୟକତ୍ୱ ପାଇଁ ବିକଳ୍ପଗୁଡ଼ିକ ବିଷୟରେ ବିଚାର କରିବୁ । କାରଣ ଫ୍ରାଞ୍ଚାଇଜ ତାଙ୍କୁ ନେଇ ବହୁତ ଯତ୍ନଶୀଳ ପଦକ୍ଷେପ ନେଉଛି କାରଣ ତାଙ୍କ କ୍ୟାରିଅର୍ ବହୁତ ଲମ୍ବା ଅଟେ। ଆମେ ତାଙ୍କୁ ଉତ୍ସାହକୁ ରୋକିବାକୁ ଚାହୁଁନାହୁଁ। ହେଲେ ସେ କିପରି ପ୍ରତିକ୍ରିୟା କରନ୍ତି ତାହା ଉପରେ ଅନେକ କିଛି ନିର୍ଭର କରେ। ତେବେ ପନ୍ତ ଏନସିଏରୁ କ୍ଲିୟରାନ୍ସ ପାଇବା ପରେ ଫ୍ରାଞ୍ଚାଇଜ କ୍ୟାମ୍ପରେ ଯୋଡି ହେବେ ବୋଲି ଗାଙ୍ଗୁଲି କହିଛନ୍ତି।ଭାରତର ଯୁବ ଉଇକେଟ କିପର-ବ୍ୟାଟ୍ସମ୍ୟାନ ପନ୍ତ ୩୦ ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କର ଏକ ଲିଗାମେଣ୍ଟ ଆଘାତ ଲାଗିଥିଲା ଯେଉଁଥିପାଇଁ ସେ ଅସ୍ତ୍ରୋପଚାର କରିଥିଲେ। ପନ୍ତ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଏବଂ ମାର୍ଚ୍ଚ ୫ ରେ, ସେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି କି ନାହିଁ ତାଙ୍କ ବିଷୟରେ ଖବର ଆସିପାରେ।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post
Next Post