ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ
ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି। ଏହି ବୈଠକରେ ଦଳର ସଭାପତି ଜେପି ନଡ୍ଡା ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ବୈଠକ ପରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ ବୋଲି କୁହାଯାଉଛି। ଏହି ତାଲିକାରେ ୧୦୦ରୁ ଅଧିକ ପ୍ରାର୍ଥୀ ରହିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବ୍ୟତୀତ ଆହୁରି ଅନେକ ହାଇପ୍ରୋଫାଇଲ୍ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଏହି ପ୍ରଥମ ତାଲିକାରେ ରହିପାରେ।
ଏହାବ୍ୟତୀତ ୨୦୧୯ରେ ବିଜେପି ହାରିଥିବା ଆସନଗୁଡ଼ିକର ନାମ ଏହି ତାଲିକାରେ ରହିବ। ବିଜେପି ଏହି ଆସନଗୁଡିକ ପାଇଁ ପ୍ରାର୍ଥୀଙ୍କ ନାମ ଠିକ୍ ସମୟରେ ଘୋଷଣା କରିବାକୁ ଚେଷ୍ଟା କରୁଛି ଯାହାଦ୍ୱାରା ସେମାନେ ପ୍ରଚାର ପାଇଁ ଅଧିକ ସମୟ ପାଇପାରିବେ ।