ଓଡ଼ିଶା ହାଇକୋର୍ଟ ପକ୍ଷରୁ ଅନୁବାଦକ ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ମାର୍ଚ୍ଚ ମାସ ୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିବ । ପ୍ରାର୍ଥୀଙ୍କୁ ୩୫,୪୦୦- ୧,୧୨,୪୦୦ ସ୍କେଲ ପେ’ ଅନୁସାରେ ବେତନ ପ୍ରଦାନ କରାଯିବ । ଦରମା ସହିତ ପ୍ରାର୍ଥୀଙ୍କୁ ମହଙ୍ଗା ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରାଯିବ ।ମୋଟ ୨୩ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତଙ୍କ ପାଇଁ ୧୨ଟି, ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୩ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୫ଟି ଓ ଅନୁସୂଚିତ ଜନଜାତି (ଏସଟି) ବର୍ଗଙ୍କ ପାଇଁ ୩ଟି ପଦ ସଂରକ୍ଷିତ ରହିଛି । ୨୦୨୪ ମସିହା ଫେବୃଆରୀ ମାସ ୨୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୨ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ଆବେଦନ ବାବଦକୁ ଅଣଫେରସ୍ତଯୋଗ୍ୟ ୫୦୦ ଟଙ୍କା ଫିସ୍ ଜମା କରିବାକୁ ପଡ଼ିବ । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷ, କମ୍ପ୍ୟୁଟର ଟେଷ୍ଟ ଓ ସାକ୍ଷାତକାର ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପ୍ରିଲିମିନାରୀରେ ୧୫୦ ମାର୍କର ଓ ମୁଖ୍ୟ ପରୀକ୍ଷାରେ ୩୦୦ ମାର୍କର ପରୀକ୍ଷା କରାଯିବ ।
Trending
- ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼,ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ
- କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି ଏଫଆଇଆର,୧୩୦ ପୁଲିସ ଆହତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ
- ଏହା “ଗଣତନ୍ତ୍ରର ବିଜୟ”। “ଛାତ୍ର ଏକତା ଜିନ୍ଦାବାଦ” : ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପିର ପ୍ରତିକ୍ରିୟା
- ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ,ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
- ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ,ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
Prev Post
Next Post