ମଂଚକୁ ଆସିବା ପୂୃର୍ବରୁ ଚାଲିଗଲା ଜୀବନ
ମଂଚକୁ ଆସିବା ପୂୃର୍ବରୁ ଚାଲିଗଲା ଜୀବନ । କେନ୍ଦ୍ରାପଡା ନରଣପୁରରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ କଳାକାରଙ୍କ ମୃତ୍ୟୁ ହୋଇଛି । ରିହରସାଲ ସାରି ଫେରୁଥିବାବେଳେ କଳାକାରଙ୍କ ଗାଡି ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ୩ ଜଣ କଳାକାର ପ୍ରାଣ ହରାଇଥବାବେଳେ ୪ ଗୁରୁତର ହୋଇଛନ୍ତି ।କିଏ ଜାଣିଥିଲା, ଅଭିନୟର ଏହି ଅଭ୍ୟାସ, ମଂଚକୁ ଆସିବା ପୂର୍ବରୁ ସରିଯିବ । କିଏ ଜାଣିଥିଲା, ଯାତ୍ରା ହେବା ପୂର୍ବରୁ ଜୀବନର ଅଭିନୟ ସରିଯିବ । ମାତ୍ର କିଛି ଘଂଟା ପୂର୍ବରୁ କଳାକାରମାନେ ରିହିୟସାଲ୍ ସାରିଥିଲେ । ମଂଚସ୍ଥ ହେବାକୁ ଥିବା ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ । ହେଲେ ରିହିୟସାଲ୍ ସାରି ଫେରିବା ବେଳକୁ ଘଟିଗଲା ଅଘଟଣ । ଆଉ ଆଖି ବୁଜି ଦେଲେ ୩-୩ ଜଣ ମହିଳା କଳାକାର ।