ରାଜନୀତି କରିବେ କି ବର୍ଷା ?

#election in brasha

ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) :

ବିଜେଡି ପାଇଁ କିଏ ଅଧିକ ଗୁରୁତ୍ୱ ? ସାଂସଦ ଅନୁଭବ ମହାନ୍ତି ନାଁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ? ରାଜନୈତିକ ମୈଦାନରେ କାହାର ପଲା ଭାରି ରହୁଛି ? ବର୍ଷାଙ୍କ ଉପରେ ଭରସା କରୁଛି କି ବିଜେଡି ? କାରଣ ଏମିତି ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସାଂସଦ ଅନୁଭବ ମହାନ୍ତି ବର୍ତ୍ତମାନ ଦଳୀୟ କାର୍ଯ୍ୟରେ ନଜର ଆସୁନଥିବା ବେଳେ ବିଜେଡି ବର୍ଷାଙ୍କୁ ଦଳ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛି । ନିକଟରେ ବର୍ଷା ଭଦ୍ରକରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ପୁଣି ବର୍ତ୍ତମାନ ଭଦ୍ରକର ହସ୍ନାବାଜ୍ ପଞ୍ଚାୟତରେ ବର୍ଷା ପ୍ରଚାର କରୁଥିବା ନଜର ଆସିଛନ୍ତି । ଲୋକଙ୍କୁ ନଜଆଡ଼କୁ ଆକୃଷ୍ଟ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ବର୍ଷା ।

ଭୋଟ୍ ମାଗିବା ସମୟରେ ବର୍ଷା ଲୋକଙ୍କ ସହ ହାତ ମିଳାଉଥିବା ମଧ୍ୟ ଦେଖିବାକୁ ମିଳିଛି । ବାସ୍ତବରେ ବର୍ଷାଙ୍କ ଏମିତି ରାଲି କ’ଣ ବିଜେଡି ପାଇଁ ଖାଲି ପ୍ରଚାର ? ନା ରାଜନୀତିରେ ପଦଥାପିବାକୁ ପ୍ରୟାସ କରୁଛନ୍ତି ? ଅନ୍ୟପଟେ ଭୁବନେଶ୍ୱର ମେୟର ପାଇଁ ମଧ୍ୟ ବର୍ଷାଙ୍କ ନାଁ ଚର୍ଚ୍ଚା ହେଉଛି । ଏହି ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେସାରା ରାଜ୍ୟରେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ତାତି ରାହିଛି । ହେଲେ ଦେଖାନାହାନ୍ତି କେନ୍ଦ୍ରାପଡ଼ା ସାଂସଦ । ସାଂସଦଙ୍କ ଫଟୋ ବି କୌଣସି ପୋଷ୍ଟର ବ୍ୟାନରରେ ଦେଖିବାକୁ ମିଳୁନି । ସାଂସଦ ଅନୁଭବଙ୍କ ଉପସ୍ଥିତି ବି ଜାହିର କରୁନାହାନ୍ତି କେନ୍ଦ୍ରାପଡ଼ାବାସୀ । ନିର୍ବାଚନ ପରେ ଅନୁଭବଙ୍କ ପାଦ କେନ୍ଦ୍ରାପଡ଼ାରେ ପଡ଼ିନାହିଁ ବୋଲି ଅଭିଯୋଗ ମଧ୍ୟ ହେଉଛି ।

ଖାଲି ସେତିକି ନୁହେଁ ବର୍ତ୍ତମାନ ଅନୁଭବ ରାଜନୀତି ଅପେକ୍ଷା ପାରିବାରିକ ମାମଲାରେ ବୋଧହୁଏ ଅଧିକ ଛନ୍ଦି ହୋଇପଡ଼ିଛନ୍ତି । କାରଣ ଦିନକୁ ଦିନ ପାରିବାରିକ ମାମଲାରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି । ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ନେଇ ପାରିବାରିକ ମାମଲା ଭିନ୍ନ ମୋଡ ନେଉଛି । ବର୍ଷାଙ୍କ ନାଁ ନନେଇ ଜାଗୃତି ଟ୍ୱିଟ୍‍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ଏବଂ ବର୍ଷା ଘଟଣାକୁ ନେଇ ବାରମ୍ବାର ଥାନାରେ ଅଭିଯୋଗ କରିଚାଲିଛନ୍ତି । ସେପଟେ ଅନୁଭବ ବଡ଼ ପରଦା ନୁହେଁ ଏଥର ଛୋଟପରଦାରେ ନଜର ଆସିଲେଣି । ଦର୍ଶକଙ୍କ ମନ ଜିଣିବାକୁ ହୃଦୟରୁ ଦାଦାଗିରି କରୁଛନ୍ତି ସାଂସଦ । ଏକ ଟେଲିଭିଜନରେ ପ୍ରସାରିତ ହେଉଥିବା ଦାଦାଗିରି ମଞ୍ଚରେ ଲୋକଙ୍କ ହୃଦୟ ଜିତିବାକୁ ବୋଧହୁଏ ଚେଷ୍ଟା କରୁଛନ୍ତି ।