ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କପି ହେଉଥିବା ଅଭିଯୋଗ ହେଉଛି । ଏହା ମଧ୍ୟ ସିସିଟିଭି କ୍ୟାମେରାରେ ଧରାପଡୁଛି । କେନ୍ଦୁଝରରେ ଏଆଇ କ୍ୟାମେରା କପି ଧରିଛି । ଜିଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାୟକ ଚିଠି (ନଂ. ୨୧୧୨/୨୨ ଜାନୁଆରୀ ୨୦୨୪) ଯୋଗେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଦିନ ସାହିତ୍ୟ ପରୀକ୍ଷାରେ ସରକାରୀ ଉଚ୍ଚ ବିଦ୍ୟାଳୟ ସାହାରପଡ଼ା ପରୀକ୍ଷା କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) କ୍ୟାମେରାରେ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଧରାପଡ଼ିଥିଲା। ଜଣେ ଛାତ୍ରୀ କପି ନେବା ଜଣାପଡ଼ିବା ପରେ ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ସ୍ବର୍ଣ୍ଣଲତା ସାହୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ରାଇଡ଼ିହା ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଏକଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ସେହିପରି ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଏବଂ ସୁପରିଚାଳନା ହେଉ ନ ଥିବାରୁ ଏନ୍କେ ହାଇସ୍କୁଲ, ବାରାହାଟିପୁରା ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇ ହଳଧରପୁର ସ୍କୁଲର କୁଅଁର ସିଂ ମୁଣ୍ଡା, ଘଟଗାଁ ତାରିଣୀ ହାଇସ୍କୁଲର କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇ ଏନ୍କେ ହାଇସ୍କୁଲ ବାରାହାଟିପରା ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଦେହୁରୀପଶି ଏସ୍ଏସ୍ଟି ହାଇସ୍କୁଲର ଅବଜରଭରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଘଟଗାଁ ତାରିଣୀ ହାଇସ୍କୁଲର ସହକାରୀ ଶିକ୍ଷକ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏମ୍ସି ବିଦ୍ୟାପୀଠ ନନ୍ଦିପଦା କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ଜୟକୃଷ୍ଣ ମିଶ୍ରଙ୍କୁ କେନ୍ଦ୍ର ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି। ଜେପି ଦାସ ବିଦ୍ୟାମନ୍ଦିର, ବଡ଼ରମ୍ପାସର ଅବଜରଭରଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଏମ୍ସି ବିଦ୍ୟାପୀଠ ନନ୍ଦିପଦାର ସହକାରୀ ଶିକ୍ଷକ ଅନିରୁଦ୍ଧ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି।
Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର