ଖାଦ୍ୟ ପ୍ରସ୍ତୁତି କରିବା ପରେ ଅନେକ ସମୟରେ ବଳକା ଭାତ ରହିଯାଏ। କିଛି ଲୋକେ ଏହାକୁ ଫ୍ରାଏ କରି କିମ୍ବା ଅନ୍ୟ ଉପାୟରେ ଖାଇଥାଆନ୍ତି। ସେଭଳି କିଛି ଲୋକେ ଏହାକୁ ଫିଙ୍ଗି ଦେଇଥାଆନ୍ତି। ତେବେ ବଳକା ଭାତ ଥିଲେ ,ଏହାକୁ ଫିଙ୍ଗନ୍ତୁ ନାହିଁ। ବରଂ ସନ୍ଧ୍ୟା ସମୟରେ ଏଥିରୁ ସ୍ୱାଦିଷ୍ଟ ପରଟା ତିଆରି କରନ୍ତୁ। ଏହା କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ବରଂ ପ୍ରସ୍ତୁତ କରିବା ମଧ୍ୟ ସହଜ। ତେବେ ଜାଣନ୍ତୁ ଚାଉଳରୁ କିଭଳି ପରଟା ପ୍ରସ୍ତୁତ କରିବେ..
ଆବଶ୍ୟକ ସାମଗ୍ରୀ
ଏକ କପ ଭାତ
ଏକ ଚାମଚ ତେଲ
ଏକ ଚାମଚ ଜିରା
ପିଆଜ କଟା – ୧ଟି
ଏକ ଚାମଚ ଅଦାରସୁଣ ବଟା
୧ ଚାମଚ ଲଙ୍କା ଗୁଣ୍ଡ
କଞ୍ଚାଲଙ୍କା – କଟା ହୋଇଥିବା
ପୁଦିନା ପତ୍ର – ଅଳ୍ପ
ଧନିଆ ପତ୍ର – ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ଅଟା – ଆବଶ୍ୟକ ପରିମାଣରେ
ଦେଶୀ ଘିଅ – ଏକ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ସାମାନ୍ୟ ଲୁଣ ଓ ପାଣି ଦେଇ ଚକଟା ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାଇବା ପରେ ପିଆଜ, ଅଦାରସୁଣ ବଟା ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ହଳଦି ଗୁଣ୍ଡ, ଲୁଣ ପକାନ୍ତୁ। ଏବେ ଏଥିରେ ବଳକା ଭାତକୁ ପକାଇ ଗୋଳାଇ ଦିଅନ୍ତୁ। ଚଟଣି ଭଳି କରନ୍ତୁ। ଏହାକୁ ଏକ ପାତ୍ରରେ ରଖନ୍ତୁ। ଏବେ ଅଟାରୁ ଗୁଳା ପ୍ରସ୍ତୁତ କରି ପୂର୍ବ ପ୍ରସ୍ତୁତକୁ ପୁର ଭଳି ଅଟା ମଧ୍ୟରେ ଦେଇ ପରଟା ବେଲି ଦିଅନ୍ତୁ। ଏହାକୁ ତାୱାରେ ପକାଇ ଉଭୟ ପଟକୁ ଘିଅ ପକାଇ ଭଲ ଭାବେ ସେକି ଦିଅନ୍ତୁ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post