ଆସୁଛି ବର୍ଷା

Transparent umbrella under heavy rain against water drops splash background. Rainy weather concept.

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ୧୯ ଫେବ୍ରୁଆରୀରୁ ୨୧ ଫେବ୍ରୁଆରୀ ମଧ୍ୟରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ଏହାପରେ ୨୨ ଫେବ୍ରୁଆରୀରୁ ପାଗରେ ପରିବର୍ତ୍ତନ ସହ ତାପମାତ୍ରା ବୃଦ୍ଧି ପାଇବ। ଏହି ସପ୍ତାହ ଯାକ ଦେଶର ରାଜଧାନୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮ରୁ ୧୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ଏହାସହ ସର୍ବାଧିକ ତାପମାତ୍ରା ୨୩ରୁ ୨୬ ଡିଗ୍ରୀ ରହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ୨୨ ଫେବ୍ରୁଆରୀ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳପ୍ରଦେଶ, ମୁଜଫରାବାଦ, ଉତ୍ତରାଖଣ୍ଡ ଆଦି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ,ବରଫ ବର୍ଷା ସହ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ୨୧ ଫେବ୍ରୁଆରୀ ମଧ୍ୟରେ ଉତ୍ତରାଖଣ୍ଡରେ ଭିନ୍ନ ଭିନ୍ନ ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି।ସେହିପରି ୧୯ରୁ ୨୧ ଫେବ୍ରୁଆରୀ ମଧ୍ୟରେ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ୨୦ରୁ ୨୨ ଫେବ୍ରୁଆରୀ ମଧ୍ୟରେ ପୂର୍ବ ଉତ୍ତର ପ୍ରଦେଶ ଓ ଉତ୍ତର ମଧ୍ୟ ପ୍ରଦେଶରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। ୨୧ରୁ ୨୪ ଫେବ୍ରୁଆରୀ ମଧ୍ୟରେ ସିକ୍କିମ ଓ ଅରୁଣାଞ୍ଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ବର୍ଷା ଓ ବରଫପାତର ସମ୍ଭାବନା ରହିଛି।