ଅଷ୍ଟ୍ରେଲିଆଠୁ ହାରିଲା ଭାରତ
ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଅଷ୍ଟ୍ରେଲିଆ ୬-୪ ଗୋଲ୍ରେ ଭାରତକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ପାଇଛି। ପ୍ରଥମ ଦୁଇ କ୍ବାର୍ଟରରେ ଭାରତ ଆଧିପତ୍ୟ (୪-୨)ବିସ୍ତାର କରିଥିଲା ବେଳେ ଶେଷ ଦୁଇ କ୍ବାର୍ଟର ଅଷ୍ଟ୍ରେଲିଆ (୪-୦) ମ୍ୟାଚ୍ ଛଡ଼ାଇ ଆଣିଥିଲା। ଭୁବନେଶ୍ବର ଚରଣରେ ଭାରତ ଶୁକ୍ରବାର ଶେଷ ଗ୍ରୁପ୍ ମ୍ୟାଚ୍ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ର ଦ୍ବିତୀୟ ମିନିଟ୍ରୁ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ହୋଇଥିଲା। ବ୍ଲେକ୍ ଗୋଭର୍ସ ଦ୍ବିତୀୟ ମିନିଟ୍ରେ ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍ ଓ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇଥିଲେ। ଦ୍ବାଦଶ ମିନିଟ୍ରେ ଭାରତକୁ ମିଳିଥିବା ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ୍ ସିଂହ ଗୋଲ୍ରେ ପରିଣତ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ ସୁଖଜିତ ସିଂହ (୧୮ ମିନିଟ୍) ସ୍ଥିତି ବରାବର କରିବା ପରେ ହର୍ମନପ୍ରୀତ୍ ୨୦ତମ ମିନିଟ୍ରେ ଦ୍ବିତୀୟ ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟର ଶେଷ ହେବାର ଗୋଟିଏ ମିନିଟ୍ ପୂର୍ବରୁ ମନଦୀପ ସିଂହ ଆଉ ଗୋଟିଏ ଗୋଲ୍ ଦେଇ ବ୍ୟବଧାନ ବଢାଇଥିଲେ। କିନ୍ତୁ ଏହାପରଠୁ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବା ସହ ୪୦ ମିନିଟ୍ରେ ବ୍ଲେକ୍ଙ୍କ ହ୍ୟାଟ୍ରିକ୍ ଗୋଲ୍ ଓ ୫୨ ମିନିଟ୍ରେ ଲାଲଚନ ସାର୍ପଙ୍କ ଚମତ୍କାର ଫିଲ୍ଡ ଗୋଲ୍ ବଳରେ ସ୍ଥିତି ୪-୪ କରି ନେଇଥିଲା। ଖେଳ ଶେଷ ହେବାର ୫ ମିନିଟ୍ ପୂର୍ବରୁ ଜାକବ୍ ଆଣ୍ଡରସନ୍ ଓ ଦୁଇ ମିନିଟ୍ ପୂର୍ବରୁ ଜାକ୍ ୱେଲ୍କ୍ ଦୁଇଟି ଗୋଲ୍ ଲଦି ଦେଇ ଅଷ୍ଟ୍ରେଲିଆକୁ ଜିତାଇଥିଲେ।