କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ଅନୁଭବଙ୍କ ବାପା ଖରାପ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ । ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଅନୁଭବ ବହୁ ସମୟରେ ସୁଦୂର ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ଧାଇଁ ଆସୁଥିଲେ । ତେବେ ସବୁ ପ୍ରୟାସର ଅନ୍ତ ଘଟିଛି । ଶେଷରେ ସମସ୍ତଙ୍କୁ ଛାଡ଼ି ବାପା ଆରପାରିକୁ ଚାଲିଯାଇଛନ୍ତି । ବାପାଙ୍କ ବିୟୋଗରେ ଅନୁଭବ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ।ଅନୁଭବ ଜୀବନରେ ଯଦି କାହାକୁ ସବୁଠାରୁ ବେଶି ଭଲ ପାଆନ୍ତି ସେ ହେଉଛନ୍ତି ତାଙ୍କର ବାପା । ବାପାଙ୍କ ଦୀର୍ଘାୟୁ କାମନା କରି ଅନେକ ସମୟରେ ଅନୁଭବ ମିଡ଼ିଆ ଆଗରେ ମଧ୍ୟ କହିଥିଲେ । ଜୀବନରେ କେହି କେବେ ବି ସେମାନଙ୍କର ବାପା-ମାଆଙ୍କୁ ଅବହେଳା କରିବା ଅନୁଚିତ ବୋଲି ଅନୁଭବ ଅନେକ ସମୟରେ ନିଜର ପ୍ରଶଂସକଙ୍କୁ ପରାମର୍ଶ ଦେଇଥାନ୍ତି । ତେବେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ତାଙ୍କ ବାପାଙ୍କର ଅସ୍ତ୍ରୋପଚାର ଗତ ଜାନୁଆରୀ ମାସରେ ହୋଇଥିଲେ । ବାପାଙ୍କର ସଫଳ ଅସ୍ତ୍ରୋପଚାର ଅନୁଭବଙ୍କ ପାଇଁ ଏକ ବଡ଼ ଖୁସି ଖବର ବୋଲି ସେ କହିଥିଲେ ।ଦୀର୍ଘବର୍ଷ ଧରି ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ କୋର୍ଟରେ ବିଚାରାଧୀନ ରହିଥିଲା । ଶେଷରେ ଗତ ବର୍ଷ ଡିସେମ୍ବର ମାସ ୨୧ ତାରିଖରେ ହାଇକୋର୍ଟ ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ଅନୁଭତି ପ୍ରଦାନ କରିଥିଲେ । କୋର୍ଟଙ୍କ ରାୟ ପରେ ଅନୁଭବ ବଡ଼ ଆଶ୍ୱସ୍ତି ପାଇଥିବା ବେଳେ ନିଜର ଜନ୍ମଦିନକୁ ବଡ଼ ଧୂମଧାମରେ ପାଳନ କରିଥିଲେ । ଏଥିସହିତ ନିଜର ଦ୍ୱିତୀୟ ବିବାହ ପାଇଁ ପ୍ରଶଂସକଙ୍କୁ ଆଗୁଆ ନିମନ୍ତ୍ରଣ ଦେଇଥିଲେ । ତେବେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ଓ ଜନ୍ମଦିନ ପାଳନ କରିବା ଠାରୁ ତାଙ୍କର ବାପାଙ୍କ ସଫଳ ଅସ୍ତ୍ରୋପଚାରକୁ ନେଇ ଅନୁଭବ ବହୁଗୁଣରେ ଖୁସି ଥିଲେ । ମାତ୍ର ଆଜି ଅନୁଭବଙ୍କ ଜୀବନରୁ ସବୁଦିନ ପାଇଁ ସେଇ ଖୁସି ଟିକକ ଚାଲିଯାଇଛି ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ