ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :
କୋଲକାତାରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଫଟାଫଟ୍ ମ୍ୟାଚରେ ବି କମାଲ କଲେ ମେନ୍ ଇନ୍ ବ୍ଲୁ । ୧୭ ରନରେ ଜିତିଲା ଭାରତ । ୩୧ ବଲରୁ ୬୫ ରନର ଧୂଆଁଧାର ଇନିଂସ ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ସୂର୍ଯ୍ୟ କୁମାର ଯାଦବ । ଅନ୍ୟପକ୍ଷରେ ପୂରା ଗସ୍ତରେ ଗୋଟିଏ ହେଲେ ବି ମ୍ୟାଚ୍ ଜିତି ନପାରି ଖାଲି ହାତରେ ସ୍ଵଦେଶ ଫେରିବାକୁ ବାଧ୍ୟ ହୋଇଛି ଇଣ୍ଡିଜ୍। ଭାରତ ଗସ୍ତର ଏହି ଶେଷ ମ୍ୟାଚ୍ରେ ଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱକେଟ୍ ହରାଇ କରିଥିଲା ୧୮୪ ରନ୍ । ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ୯ ୱକେଟ୍ ହରାଇ ୧୬୭ ରନ୍ ଯାଏଁ ପହଁଚିପାରିଥିଲା । ବ୍ୟାଟିଂ ବିଭାଗରେ କ୍ୟାପଟେନ ରୋହିତ ସଫଳ ହୋଇପାରିନଥିଲେ ବି ସହଯୋଗୀ ଇଶାନ କିଷନ, ଶ୍ରେୟସ ଆୟାର, ସୂର୍ଯ୍ୟ କୁମାର ଯାଦବ ଓ ଭେଙ୍କଟେଶ ଆୟାରଙ୍କ ପ୍ରଭାବୀ ପ୍ରଦର୍ଶନ ଭାରତକୁ ଏକ ମଜଭୂତ ଟାର୍ଗେଟ ଦେବାରେ ସଫଳ କରାଇଥିଲା ।