ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ହକି କମ୍ପ୍ଲେକ୍ସରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତାର ପୁରୁଷଙ୍କ ଭୁବନେଶ୍ବର ଚରଣ ପ୍ରୋ ଲିଗ୍ କଳିଙ୍ଗରେ ଆରମ୍ଭ ହେବ। ଉଦ୍ଘାଟନୀ ଦିବସରେ ଘରୋଇ ଦଳ ଭାରତ ତା’ର ୨୦୨୩-୨୪ ଅଭିଯାନ ସ୍ପେନ୍ ବିପକ୍ଷରୁ ଆରମ୍ଭ କରିବାକୁ ଯାଉଛି। ଏହି ମ୍ୟାଚ୍ ସଂଧ୍ୟା ୭.୩୦ରେ ଖେଳାଯିବ। ଏହା ପୂର୍ବରୁ ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍ସ ୫.୩୦ରେ ମୁହାଁମହିଁ ହେବେ। ସଂପ୍ରତି ବିଶ୍ବ ମାନ୍ୟତାରେ ଭାରତ ତୃତୀୟ ସ୍ଥାନରେ ଓ ସ୍ପେନ୍ ୮ରେ ରହିଛି। ଭାରତ ଆଗରେ ରହିଲେ ବି ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ରେ ସ୍ପେନ୍ ୨-୧ ଗୋଲ୍ରେ ଜିତିଥିଲା। ଏହା ପୂର୍ବରୁ ଭୁବନେଶ୍ବରରେ ଆୟୋଜିତ ୨-୨୩ ସଂସ୍କରଣ ବିଶ୍ବକପ୍ରେ ଭାରତ ୨-୦ରେ ସ୍ପେନ୍କୁ ମାତ୍ ଦେଇଥିଲା। ଗତ ଥର ଭାରତ ଚତୁର୍ଥରେ ଓ ସ୍ପେନ୍ ପଞ୍ଚମ ସ୍ଥାନରେ ରହିଥିଲା। ଚଳିତ ବର୍ଷ ଅଲିମ୍ପିକ୍ସ ଥିବାରୁ ଏହି ପ୍ରତିଯୋଗିତା ଉଭୟ ଦଳ ପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ।