ଆସିଲା ଆଡମିଟ୍ କାର୍ଡ

ଆସନ୍ତା ୨୦ ତାରିଖରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଏହି ପରୀକ୍ଷାକୁ କିଭଳି ସଠିକ୍ ଭାବେ ପରିଚାଳନା କରାଯିବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶା ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ କପିକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ପରିଷଦ ପକ୍ଷରୁ କିଛି ନୂଆ ନିୟମ ଲାଗୁ କରାଯିବ ।ତେବେ ଏହା ମଧ୍ୟରେ ବିଏସଇ, ଓଡ଼ିଶା ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀଙ୍କର ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ । ସେହିପରି ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସଂସ୍କୃତ ମଧ୍ୟମା ଓ ପତ୍ର ବିିମୟ ପାଠ୍ୟକ୍ରମରେ ବାର୍ଷିକ ପରୀକ୍ଷା ପାଇଁ ମଧ୍ୟ ଆଡମିଟ୍ କାର୍ଡ ଜାରି କରାଯାଇଛି ।