ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ଜଣଙ୍କ ପରେ ଜଣେ ଖେଳାଳି ଆହତ ହେବା ଏବେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଭାରତୀୟ ଟିମ୍ ପାଇଁ ଯେଉଁ ଡର ରହିଥିଲା ତାହା ଏବେ ସତ୍ୟ ପ୍ରମାଣିତ ହୋଇଛି । ଇଂଲଣ୍ଡ ବିପକ୍ଷ ସିରିଜରୁ ବାଦ୍ ପଡ଼ିଛନ୍ତି ବିରାଟ କୋହଲି । ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ ଖେଳିନଥିବା ବେଳେ ଏବେ ସେ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ)କୁ ସୂଚନା ଦେଇଥିବା ଜଣାପଡ଼ିଛି ।ଗତ ୯ ତାରିଖରେ ସିଲେକ୍ସନ କମିଟିର ଏକ ବୈଠକ ବସିଥିବା ବେଳେ ସେ ପରବର୍ତ୍ତୀ ୩ଟି ମ୍ୟାଚରେ ଖେଳିବେ ନାହିଁ ବୋଲି ବିରାଟ କହିଥିଲେ । ତେବେ ଆଗାମୀ ମ୍ୟାଚଗୁଡ଼ିକରେ ବିରାଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଯିବା ପରେ ଏବେ ବିସିସିଆଇ ନୂଆ ଖେଳାଳିଙ୍କ ସନ୍ଧାନ କରିବ । ଇଂଲଣ୍ଡ ବିପକ୍ଷ ସିରିଜ ଏବେ ୧-୧ରେ ବରାବର ରହିଥିବା ବେଳେ ଏହି ସିରିଜ୍ ଜିତିବା ପାଇଁ ଭାରତକୁ କଡ଼ା ସଂଘର୍ଷ କରିବାକୁ ପଡ଼ିବ ।ସୂଚନା ଯୋଗ୍ୟ ଯେ, ବ୍ୟକ୍ତିଗତ ସମସ୍ୟା କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ ବାଦ୍ ପଡ଼ିଥିଲେ । ସେହିପରି ଆଘାତ ଜନିତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରେ ରବିନ୍ଦ୍ର ଜାଡ଼େଜା ଓ କେଏଲ ରାହୁଲ ଖେଳି ପାରିନଥିଲେ । ରାହୁଲ ଏବେ ଫିଟ ହୋଇ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସାର୍ ଜାଡ଼େଜାଙ୍କ ସ୍ଥିତିକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post