ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ

#election tommor

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ଆସନ୍ତାକାଲି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ହେବାକୁ ଥିବା ଏହି ଚତୁର୍ଥ ପର୍ଯ୍ୟାୟ ମତଦାନରେ ରାଜ୍ୟର ମୋଟ୍‍ ୧୨୫୪ଟି ପଞ୍ଚାୟତରେ ଭୋଟ୍‍ ପଡ଼ିବ । ଏଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।

ବୁଥ୍‍ ଗୁଡ଼ିକରେ ପୁଲିଂ ପାର୍ଟି ପହଞ୍ଚିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି । ଆସନ୍ତାକାଲି ହୋବକୁ ଥିବା ନିର୍ବାଚନରେ ରାଜ୍ୟର ମୋଟ୍‍ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ମତଦାନ ପାଇଁ ୧୭ ହଜାର ୮୯ଟି ବୁଥ ବ୍ୟବସ୍ଥା ହୋଇଛି । ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।