ସବୁ ଲୋକଙ୍କୁ ଜାଣିବା ଦରକାର ଯେ ହୃଦୟ ଜନିତ କୌଣସି ରୋଗ ପାଇଁ ବିଶେଷ ଭାବେ ଆପଣଙ୍କ ଖାଦ୍ୟା ପାନୀୟ ସହ ବଦଳୁଥିବା ଜୀବନଶୈଳୀ ମୁଖ୍ୟତ ଦାୟୀ । ଏଥିପାଇଁ ଡାକ୍ତରମାନେ ଆପଣଙ୍କୁ ବାରମ୍ବାର ଶୁଦ୍ଧ ଖାଦ୍ୟ ଓ ବ୍ୟାୟମ ଉପରେ ଉପଦେଶ ଦେଇଥାନ୍ତି । ହେଲେ ବ୍ୟସ୍ଥ ବହୁଳ ଜୀବନ ଭିତରେ ଆମେ ଏସବୁ ପାଳନ କରିବାରେ ଅବହେଳା କରିଥାଉ ଓ ପରେ ହୃଦରୋଗରେ ଶିକାର ହୋଇଥାଉ । ଡାକ୍ତରମାନଙ୍କ ମତରେ ଖାଦ୍ୟର ଅନିୟମିତତା ଓ ବ୍ୟାୟାମର ଅଭାବରୁ ଲୋକମାନେ କୌଣସି ବି ବୟସରେ ହୃଦରୋଗରେ ଶିକାର ହୋଇଥାନ୍ତି । ତେଣୁ ଆସନ୍ତୁ ଜାଣିବା ଘରେ ରହି ବି କିଭଳି ଆପଣ ଆପଣଙ୍କ ହୃଦୟକୁ ସୁସ୍ଥ ଓ ସୁରକ୍ଷିତ ରଖିପାରିବେ ।ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଅର୍ଥାତ ପ୍ରତିଦିନ ଆପଣ ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟାତ୍ୟାଗ କରନ୍ତୁ । ଖାଦ୍ୟ ଖାଇବାର ନିର୍ଘଣ୍ଟ ସ୍ଥିର କରନ୍ତୁ ଓ ଏହାକୁ ନିୟମିତ ପାଳନ କରନ୍ତୁ । ବାରମ୍ବାର ଜୀବନଶୈଳୀର ପରିବର୍ତ୍ତନ କରନ୍ତୁ ନାହିଁ ।ଏହା ବ୍ୟତୀତ ହୃଦରୋଗର ଏକ ପ୍ରମୁଖ କାରଣ ହେଉଛି ନିଶାଦ୍ରବ୍ୟ ସେବନ । ଆପଣ ଯଥା ସମ୍ଭବ ତମାଖୁ, ଧୁଆଁ ଓ ଆଲକହଲ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । କାରଣ ନିଶାଦ୍ରବ୍ୟ ହିଁ ହୃଦଘାତର ମୁଖ୍ୟକାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି ।ଏସବୁ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ୟାୟାମ । ଆପଣ ଦୈନିକ ସକାଳ କିମ୍ବା ସନ୍ଧ୍ୟାରେ ବ୍ୟାୟାମ କରିବାକୁ ଭୁଲନ୍ତୁ ନାହିଁ ।
Trending
- ଦିଲ୍ଲୀରେ ପ୍ରବଳ ବର୍ଷା , 4 ମୃତ
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗିରିଜା ବ୍ୟାସଙ୍କର ପରଲୋକ
- KIIT ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା
- ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ
- ଲାହୋର-କରାଚିରେ ଏୟାର ସ୍ପେସ ବନ୍ଦ
- କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଗଡ଼ିବ ମେଟ୍ରୋ ରେଳ
- ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ
- ବେଆଇନ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ପୋଲିସର ଚଢାଉ ୯ଗାଡି ଜବତ ୮ଡ୍ରାଇଭର ଅଟକ
- ଅକ୍ଷୟ ତୃତୀୟା ଅବସରରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ
- ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ ହେବ
Prev Post
Next Post