ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ବିଜେଡି ଧୂଳିସାତ କରିଛି,ଭାଜପା ଯୁବମୋର୍ଚ୍ଚା

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଇଛି ।  ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସକୁ ଆଘାତ ଦେଇଛି ବିଜେଡି । ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା ଚାଉଳ କାହିଁକି ସଂଗୃହୀତ କରାଯାଉଛି ସେନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନାହିଁ ବୋଲି ପ୍ରକାଶ କରିଥିଲେ। ସେହି ବାରମିଶା ଚାଉଳକୁ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି। ଏହାକୁ ଓଡ଼ିଶାର ଯୁବବର୍ଗ ଆଦୌ ବରଦାସ୍ତ କରିବେ ନାହିଁ ବୋଲି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କୁହାଯାଇଛି।