ସମୁଦ୍ରରେ ଖସିଲା ହେଲିକପ୍ଟର, ତାପରେ କଣ ହେଲା ଦେଖନ୍ତୁ ..

floridas-busiest-miami-beach

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ସମୁଦ୍ରରେ ଖସି ପଡ଼ିଲା ହେଲିକପ୍ଟର । ଫ୍ଲୋରିଡାର ଜନବହୁଳ ମିଆମି ବେଳାଭୂମିରେ ଖସିପଡ଼ିଲା ହେଲିକପ୍ଟର । କ୍ୟାମେରାରେ କଏଦ ହୋଇଛି ଏହି ଦୃଶ୍ୟ । ଶହଶହ ଲୋକ ସମୁଦ୍ରରେ ଗାଧୋଉଥିବା ବେଳେ ବେଳେ ଏକ ରବିନସନ୍‌ ହେଲିକପ୍ଟର ଖସିପଡ଼ିଥିଲା ।

ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଖସିପଡ଼ିଥିଲା ହେଲିକପ୍ଟର । ସନ୍ତରଣକାରୀଙ୍କ ମଝିରେ ହେଲିକପ୍ଟରଟି ଖସିପଡ଼ିଥିବା ଦେଖିବାକୁ ମିଳିଛି। କାହିଁକି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।