ପଞ୍ଜିକରଣ ହେବ ଲିଭ୍-ଇନ୍ ସମ୍ପର୍କ

ଲିଭ୍-ଇନ୍ ସମ୍ପର୍କରେ ରହିବା ପାଇଁ ଯୋଜନା କରୁଥିବା ଲୋକଙ୍କୁ ଜିଲ୍ଲା କତ୍ତୃପକ୍ଷଙ୍କ ନିକଟରେ ପଞ୍ଜିକରଣ କରିବାକୁ ପଡିବ । ସାଙ୍ଗରେ ରହିବା ପାଇଁ ଇଚ୍ଛା କରୁଥିବା ୨୧ ବର୍ଷରୁ କମ୍ ବର୍ଷର ପିଲାଙ୍କ ପାଇଁ ମା ଏବଂ ବାପାଙ୍କ ସହମତି ଆବଶ୍ୟକ ଦରକାର । ଉତ୍ତରାଖଣ୍ଡରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପଞ୍ଜିକରଣ ବାଧ୍ୟତାମୂଳକ ଅଟେ ।ବିଲରେ ଏହି ପ୍ରସ୍ତାବ ମଧ୍ୟ ଅଛି ଯେ ନୈତିକତା ବିରୋଦ୍ଧ ମାମଲାରେ ଲିଭ୍-ଇନ୍ ସମ୍ପର୍କ ପଞ୍ଜିକୃତ ହେବ ନାହିଁ । ଯଦି ଜଣେ ସାଥି ବିବାହିତ ଅଛି କିମ୍ବା ଅନ୍ୟ କୌଣସି ସମ୍ପର୍କରେ ଅଛି ଏବଂ ଜଣେ ସାଥି ନାବାଳିକ ଏବଂ ଯଦି ଜଣେ ସାଥୀଙ୍କର ସହମତି ଜବରଦଖଲ ଠକେଇ ଦ୍ୱାରା ମିଳିଥାଏ ଏହା ଭୁଲ ଉପସ୍ଥାପନା ଦ୍ୱାରା କରାଯିବ ନାହିଁ ।
ଜଣେ ବରିଷ୍ଠ ଅଧିକାରୀ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ଲିଭ୍-ଇନ୍ ପଞ୍ଜିକରଣ ପାଇଁ ଏକ ୱେବସାଇଟ୍ ପ୍ରସ୍ତୁତ କରାଯାଉଛି । ଯାହା ଜିଲ୍ଲା ରେଜିଷ୍ଟ୍ରାରଙ୍କ ସହିତ ଯାଂଚ ହେବ, ଏହା କରିବା ପାଇଁ ସେ ହୁଏତ ଜଣେ କିମ୍ବା ଉଭୟ ଅଂଶୀଦାର କିମ୍ବା ଅନ୍ୟ କାହାକୁ ସାକ୍ଷାତ କରିବାକୁ ଡାକନ୍ତି । ଏହା ଉପରେ ଜିଲ୍ଲାର ରେଜିଷ୍ଟ୍ରାର ନିଷ୍ପତି ନେବେ ଯେ ଏକ ଦମ୍ପତିଙ୍କୁ ଲିଭ୍-ଇନ୍ ରେ ରହିବା ପାଇଁ ଅନୁମତି ଦିଆଯିବ କି ନାହିଁ ।

ଯଦି ରେଜିଷ୍ଟ୍ରାର କୌଣସି ଯୋଡି କୁ ଲିଭ୍-ଇନ୍ ରେ ରହିବା ପାଇଁ ଅନୁମତି ଦେଉ ନାହାନ୍ତି । ତାହାଲେ ତାଙ୍କୁ ଏହାର କାରଣ ଲିଖିତ ଭାବରେ ବାଖ୍ୟା କରିବା ପାଇଁ ପଡିବ   ।

ରେଜିଷ୍ଟର ଲିଭ୍-ଇନ୍ କୁ ଶେଷ କରିବା ଏତେ ସହଜ ହେବ ନାହିଁ । ଏହା ପାଇଁ ଏକ ଲିଖିତ ବିବୃତି ନିର୍ଦ୍ଦିଷ୍ଟ ଫର୍ମାଟ ରେ ଦାଖଲ କରିବାକୁ ପଡିବ । ଯଦି ରେଜିଷ୍ଟ୍ରାରଙ୍କୁ ଲାଗିବକି ସମ୍ପର୍କ ସମାପ୍ତ କରିବାର କାରଣ ଭୁଲ କିମ୍ବା ସନ୍ଦେହଜନକ, ତେବେ ଏହା ବାବଦରେ ପୋଲିସ ତଦନ୍ତ ମଧ୍ୟ କରିପାରେ । ୨୧ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପିତା, ମାତାଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯିବ ।