ମେଟ୍ରୋଟିଭିଓଡିଶା(୨୧.୨.୨୦୨୨)
ବର୍ତ୍ତମାନ ସମଗ୍ର ବିଶ୍ୱବାସୀଙ୍କ ନଜର ରୁଷ ଉପରେ ରହିଛି । ୟୁକ୍ରେନ ଉପରେ ଯେ କୌଣସି ସମୟରେ ରୁଷ ଆକ୍ରମଣ କରିପାରେ ବୋଲି ସମସ୍ତେ ଆଶଙ୍କା କରୁଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୁଦ୍ଧ ହୁଏ, ଏପରି କ୍ଷେତ୍ରରେ ବିଶ୍ୱ ବଜାରର ଅବସ୍ଥା କିପରି ରହିବ । ତେବେ ଏପରି ସ୍ଥିତିରେ ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି ।

ୟୁରୋପରେ ପୂର୍ବରୁ ପ୍ରାକୃତିକ ଗ୍ୟାସ ଓ ଇଲେକ୍ଟ୍ରିସିଟି ରେଟ୍ ୧୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ବେସ ମେଟଲ ଓ ଗହମ ମହଙ୍ଗା ହେବାର ଅନୁମାନ କରାଯାଉଛି । ଏଥିସହ ପେଟ୍ରୋଲିୟମ, ଗୋଲ୍ଡ, ସିଲଡଭର, ଅଏଲ, ନିକେଲ, ଗ୍ୟାସ, ଆଲୁମିନିୟମ, କୋଇଲା, କପର ମାର୍କେଟରେ ଏହାର ପ୍ରଭାବ ପଡ଼ିବ । ଆସନ୍ତୁ ନଜର ପକାଇବା ଏହି ୫ଟି ଦିଗ ଉପରେ ।
୧- ରୁଷ ଓ ୟୁକ୍ରେନ ମଧ୍ୟରେ ଟେନସନ ବଢ଼ିଲେ ଅଶୋଧିତ ତୈଳ ଦର ବଢ଼ିବ । ପୂର୍ବରୁ ଏହି ମହଙ୍ଗା ମାଡ଼ ଆମେରିକାରେ ୪୦ ଓ ଇଂଲଣ୍ଡରେ ୩୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି । ଏପରି ସ୍ଥିତିରେ ନିବେଶକମାନେ ସୁରକ୍ଷିତ ନିବେଶ ଆଡ଼କୁ ଆକୃଷ୍ଟ ହେବେ ଓ ବଣ୍ଡରେ ନିବେଶ ବୃଦ୍ଧି ପାଇବ । ବତ୍ତର୍ମାନ ସୁନା ୫୦ ହଜାର ପାର କରିସାରିଥିବା ବେଳେ ଆଗକୁ ଆହୁରି ବଢ଼ିବ
୨- ଯଦି ଯୁଦ୍ଧ ହୁଏ, ତେବେ କାଲା ସାଗରରେ ସପ୍ଲାଇ ପ୍ରଭାବିତ ହେବ, ଫଳରେ ମୂଲ୍ୟ ବଢ଼ିବ । ୟୁକ୍ରେନ ଦୁନିଆର ତୃତୀୟ ବୃହତ ମକ୍କା ରପ୍ତାନୀକାରୀ ଦେଶ, ଚତୁର୍ଥ ଗହମ ରପ୍ତାନୀକାରୀ ଦେଶ । ସେହିପରି ରୁଷ ଦୁନିଆର ସର୍ବବୃହତ ଗହମ ରପ୍ତାନୀକାରୀ ଦେଶ ।
୩- ଏଭଳି ସ୍ଥିତିରେ ଶକ୍ତି କ୍ଷେତ୍ରରେ ଘୋର ସଙ୍କଟ ଦେଖାଦେବ । ସମଗ୍ର ୟୁରୋପର ୩୫ ପ୍ରତିଶ ପ୍ରାକୃତିକ ଗ୍ୟାସର ଭରଣା ରୁଷ୍ କରିଥାଏ । ଏହି ସପ୍ଲାଇ ପାଇପଲାଇନ, ବେଲାରୁସ, ପୋଲାଣ୍ଡ, ଜର୍ମାନୀ, ୟୁକ୍ରେନ ଦେଇ ଯାଇଥାଏ । ଏଥିସହ ରୁଷ୍ ଅଶୋଧିତ ତୈଳ ମଧ୍ୟ ସପ୍ଲାଇ କରିଥାଏ । ଯଦି ଯୁଦ୍ଧ ହୁଏ, ତେବେ ସପ୍ଲାଇ କ୍ଷେତ୍ରରେ ବାଧା ଦେଖାଦେବା ସହ ମୂଲ୍ୟ ବୃଦ୍ଧି ହେବ ।
୪- ଦୁନିଆର ଅନେକ ତୈଳ କମ୍ପାନୀ ସହିତ ରୁଷ ସହିତ ବଡ଼ ଧରଣର ବୁଝାମଣା ହୋଇଛି । ଇଂଲଣ୍ଡର ସେଲ ପିଏଲସି, ଆମେରିକାର ଏକ୍ସନ ଓ ଅଷ୍ଟ୍ରିଆର ରଇଫେଇସନ ସମେତ ୧୨ଟି କମ୍ପାନୀରେ ରୁଷର ଅଂଶଧନ ରହିଛି । ତେଣୁ ଏହା ନିଶ୍ଚିତ ଭାବେ ବିଶ୍ୱ ତୈଳ ବଜାରଓ ଅର୍ଥନୀତିକୁ ବଡ଼ ଧରଣର ପ୍ରଭାବ ପକାଇବ ।