ଜମି ବିବାଦରୁ ବଡ଼ ହତ୍ୟାକାଣ୍ଡ, ଗୋଟିଏ ପରିବାରର ୩ ମୃତ
ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଲକ୍ଷ୍ନୌର ମଲିହାବାଦ ଗ୍ରାମାଞ୍ଚଳରେ ଶୁକ୍ରବାର ଏକ ଗୁଳିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜମି ମାପିବା ସମୟରେ ଗୁଳି ମାଡ଼ ହୋଇଥିଲା, ଯେଉଁଥିରେ ଦମ୍ପତି ଓ ତାଙ୍କ ପୁଅଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଆଖପାଖ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।