ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନିୟର ଫୋନମ୍ୟାନ (ଶଟ ଫାୟରର / ବ୍ଲାଷ୍ଟର), ଜୁନିୟର ଫୋନମ୍ୟାନ (ଓଭରମ୍ୟାନ) / ଜୁନିୟର ଫୋନମ୍ୟାନ (ମାଇନ୍ସ), ଜୁନିୟର ଫୋନମ୍ୟାନ (ଇଲେକ୍ଟ୍ରିକାଲ), ଜୁନିୟର ଫୋନମ୍ୟାନ (ସର୍ଭେୟର), ଜୁନିୟର ଫୋନମ୍ୟାନ (ସିଭିଲ), ଲାବୋରେଟୋରୀ ଆସିଷ୍ଟାଣ୍ଟ, ଡ୍ରେସର କମ ଫାଷ୍ଟ ଏଡର, ନର୍ସ ଆଦି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।କିଛି ପଦରେ କେବଳ ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସେହିପରି ଆଉ କିଛି ପଦରେ ଲିଖିତ ପରୀକ୍ଷା ଓ ଟ୍ରେଡ ଟେଷ୍ଟ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଜେନେରାଲ, ଅନ୍ୟ ପଛୁଆ ବର୍ଗ / (ଓବିସି) (ଏନସିଏଲ) / ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ପ୍ରାର୍ଥୀଙ୍କୁ ୧୦୦ ଟଙ୍କାର ଆବେଦନ ଫିସ୍ ଜମା କରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁବିଡି / ଏକ୍ସ-ସର୍ଭିସମେନ / ଇଣ୍ଟରନାଲ ପ୍ରାର୍ଥୀଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି ।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post