ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍। ଦୁଇ ଦିନ ହେଲା ଇଡିର ଏକ ଟିମ୍ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନ ଘର ନିକଟରେ ଡେରା ପକାଇଛି । ତାଙ୍କ ଘରୁ ଅନେକ ଦସ୍ତାବିଜ ଜବତ ହୋଇଛି। ଇଡିର ଟିମ୍ ଏବେ ବି ଘରେ ଭିତରେ ଅଛି। ଚାରିପଟୁ ସର୍ଚ୍ଚିଂ ଚାଲିଛି । ହେଲେ ହୋମନ୍ତ ସୋରେନ୍ଙ୍କ କିନ୍ତୁ ଦେଖାନାହିଁ। ସେ ଶାନ୍ତି ନିକେତନ ସ୍ଥିତ ଘରେ ଉପସ୍ଥିତ ନାହାନ୍ତି। ମନି ଲଣ୍ଡରିଂ ମାମଲାରେ ଇଡି ସୋରେନ୍ଙ୍କୁ ନୂଆ ସମନ ଜାରି କରି ୨୯ରୁ ୩୧ ଜାନୁଆରୀ ଭିତରେ ପଚରାଉଚରା କରିବା ପାଇଁ ସମୟ ମାଗିଥିଲା। ଏହାଥିଲା ଇଡି ପକ୍ଷରୁ ସୋରେନ୍ଙ୍କୁ ୧୦ମ ଥର ସମନ୍ କରାଯାଇଥିଲା। ତେବେ ନୂଆ ସମନ ଜାରି ହେବା ପରେ ପରେ ସୋରେନ୍ ଅଚାନକ ଦିଲ୍ଲୀ ପଳାଇ ଆସିଥିଲେ। ଶନିବାର ରାତିରେ ସେ ଝାଡଖଣ୍ଡରୁ ଦିଲ୍ଲୀ ଗସ୍ତରେ ବାହାରିଥିଲେ। ତାଙ୍କ ସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସେ ମିଳୁ ନ ଥିବା ଜଣାପଡିଛି।
ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ କହିଛନ୍ତି ,ସମ୍ବିଧାନର ଅଭିଭାବକ ହୋଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟର ପରିସ୍ଥିତି ଉପରେ ନଜର ରଖିଛି। ଏହା ରାଜ୍ୟପାଳଙ୍କର କର୍ତ୍ତବ୍ୟ।ଆବଶ୍ୟକ ହେଲେ ମୁଁ ସୀମା ଅତିକ୍ରମ କରିବି। ସୋରେନଙ୍କୁ ଇଡି ଡାକରା ନେଇ ସେ କହିଛନ୍ତି, କେହି ଆଇନଠାରୁ ଊର୍ଦ୍ଧ୍ୱରେ ନାହାଁନ୍ତି। ଯଦି ଆଜି ମୁଖ୍ୟମନ୍ତ୍ରୀ ଉତ୍ତର ଦେଉ ନାହାଁନ୍ତି, ତେବେ ତାଙ୍କୁ ଆସନ୍ତାକାଲି ଉତ୍ତର ଦେବାକୁ ପଡିବ। ଏହି ସମୟରେ, ସୋରେନ ଅନୁସନ୍ଧାନକାରୀ ସଂସ୍ଥାକୁ ଇମେଲ କରି ଜାନୁୟାରୀ ୩୧ରେ ଦିନ ୧ଟାରେ ପଚରାଉଚରା ପାଇଁ ରାଞ୍ଚିରେ ଥିବା ସିଏମ ବାସଭବନକୁ ଆସିବାକୁ କହିଥିଲେ।
Trending
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
Prev Post
Next Post