ରାଜ୍ୟର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇଛି । ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ତାରିଖରେ ଶେଷ ହେଉଛି। ରାଜନୀତି ସମୀକ୍ଷକଙ୍କ ମତରେ ତିନୋଟି ଆସନ ଏଥର ବିଜେଡ଼ି ନେବ । ସଂଖ୍ୟା ଦୃଷ୍ଟିରୁ ବିଜେପି, କଂଗ୍ରେସ ନିକଟରେ ଆବଶ୍ୟକ ବିଧାୟକ ନାହାଁନ୍ତି । ଗତ ଥର ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ି ସହଯୋଗ କରିଥିଲା । କିନ୍ତୁ ଏଥର ନିର୍ବାଚନ ଥିବାରୁ ଏହା ବିଜେଡ଼ି ପାଇଁ ଅସହଜ ହୋଇପାରେ । ଏନେଇ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ରାଜ୍ୟ ବିଧାନସଭାରେ ସଂଖ୍ୟାବଳ ଦୃଷ୍ଟିରୁ କ୍ଷମତାସୀନ ବିଜେଡି ବେଶ୍ ସହଜ ସ୍ଥିତିରେ ରହିଛି । ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି ନିଜସ୍ୱ ଦମରେ କିମ୍ବା ମିଳିତ ସହଯୋଗରେ ଗୋଟିଏ ବି ଆସନ ଜିଣିବାର ସମ୍ଭାବନା ନଥିବାରୁ ଏହି ସମସ୍ତ ୩ଟି ରାଜ୍ୟସଭା ଆସନ ବିଜେଡି ଖାତାକୁ ଯିବା ଏକରକମ ସ୍ପଷ୍ଟ ହୋଇଛି । ବିଜେଡି ମଧ୍ୟ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ମଧ୍ୟ ବେଶ୍ ମାପିଚୁପି ବହୁ ଆଗରୁ ନିଜର ୩ଜଣ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଦୁଇଟି ଆସନ ଖାଲି ହୋଇଥିଲା । ସେମାନଙ୍କର ବାକି ଥିବା କାର୍ଯ୍ୟକାଳରେ ଅମର ଓ ଅଶ୍ୱିନୀ ପ୍ରାର୍ଥୀ ହୋଇଥିଲେ । ଏବେ ପିନାକୀ ମିଶ୍ର, ଅମର ପଟ୍ଟନାୟକଙ୍କ ନାମ ଚର୍ଚାରେ ରହିଛି । ତେବେ ନବୀନ କାହାକୁ ରାଜ୍ୟସଭା ପଠାଉଛନ୍ତି ତାହା କହିବା ମୁସ୍କିଲ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା