ଆପଣ ପାଦରେ ସୋରିଷ ତେଲ ମସାଜ କରନ୍ତି, ସେବେ ସେହି ପଏଣ୍ଟ ଉପରେ ପ୍ରେସର ପଡ଼ିଥାଏ । ଏହି କାରଣରୁ ଶରୀର ଭିତରେ କିଛି ଶକ୍ତି ସୃଷ୍ଟି ହୁଏ ଏବଂ ସେହି ଅଙ୍ଗଗୁଡ଼ିକୁ ଫାଇଦା ମିଳିଥାଏ । ତେଣୁ ଯେତେବେଳେ ଆପଣ ସୋରିଷ ତେଲ ସହିତ ପାଦକୁ ମାଲିସ୍ କରନ୍ତି, ସେବେ ସୋରିଷ ତେଲର ଉତ୍ତାପ ଆପଣଙ୍କ ପାଦରେ ପହଞ୍ଚେ ଏବଂ ଏହା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ଜାଣନ୍ତୁ କିପରି…
ଥଣ୍ଡା-ଜ୍ୱର ହୋଇନଥାଏ:-
ପ୍ରତିଦିନ ପେଦରେ ସୋରିଷ ତେଲ ମାଲିବା ଦ୍ୱାରା ଏହା ଶରୀରରେ ଶକ୍ତି ସୃଷ୍ଟି କରିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଫଳରେ ଆପଣଙ୍କୁ ଥଣ୍ଡା-ଜ୍ୱର ହୋଇନଥାଏ । ଏହା ବ୍ୟତୀତ ଯଦି ଆପଣଙ୍କୁ ଥଣ୍ଡା ହୋଇଛି, ଏହା ତାକୁ କମ୍ କରିବାରେ ସାହାଯ୍ୟ କରିବ ।
ଚାପ ମୁକ୍ତ ହେବା :-
ସୋରିଷ ତେଲରେ ମାଲିସ୍ କରିବା ଦ୍ୱାରା ଆପଣ ଚାପମୁକ୍ତ ହୋଇଥାନ୍ତି । ବାସ୍ତବରେ, ମସାଜ୍ କରିବା ଦ୍ୱାରା ଆପଣଙ୍କ ଚାପ କମିଯାଏ । ଏହା ଆପଣଙ୍କ ମସ୍ତିଷ୍କ ଏବଂ ଶରୀରକୁ ଆରାମ ଦିଏ । ଏହା ଆପଣଙ୍କୁ ଶୀଘ୍ର ଶୋଇବାରେ ସାହାଯ୍ୟ କରେ ଏବଂ ଆପଣଙ୍କୁ ଭଲ ଲାଗେ ।