ଚେସ୍ ତାରକା ପଦ୍ମିନୀ ରାଉତ ବିବାହ ବନ୍ଧନରେ ବାନ୍ଧି ହେଲେ

ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ  ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି  । ଏହି ଇଣ୍ଟର ନ୍ୟାସନାଲ ଚେସ ମାଷ୍ଟର ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ପରିବାର, ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ସହ ପ୍ରତିଷ୍ଠିତ ଚେସ ଖେଳାଳିମାନେ ତାଙ୍କ ବିବାହ ବେଳେ ଉପସ୍ଥିତ ଥିଲେ ।  ସେ ମୁମ୍ବାଇର ଜୟକିଶିନ ମନାକାନୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍‌ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି । ୧୯୯୪ ମସିହା ଜାନୁଆରୀ ୫ ତାରିଖରେ କଟକ ଜିଲ୍ଲାରେ ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ ପଦ୍ମିନୀ। ୯ ବର୍ଷ ବୟସରୁ ଚେସ୍‌ ଖେଳିବା ଆରମ୍ଭ କରିଥିଲେ। ସେ ପାଞ୍ଚଥର ଜାତୀୟ ଚାମ୍ପିଅନ ହୋଇଛନ୍ତି । ପୂର୍ବରୁ ସେ ୨୦୧୪, ୨୦୧୫, ୨୦୧୬, ୨୦୧୭ ମସିହାରେ କ୍ରମାଗତ ଭାବେ ୪ ବର୍ଷ ଧରି ଏହି ମର୍ଯ୍ୟଦାଜନକ ଟ୍ରଫି ହାସଲ ଜିତିଥିଲେ।