ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ହୃଦୟ ମାଂସପେଶୀକୁ ଅମ୍ଲଜାନଯୁକ୍ତ ରକ୍ତ ଯୋଗାଣ ହ୍ରାସ କରିପାରେ । ଏପରି ସ୍ଥିତିରେ ହୃଦୟ ଅତ୍ୟଧିକ ପରିଶ୍ରମ କରିବାକୁ ଏକପ୍ରକାର ବାଧ୍ୟ ହୋଇଥାଏ । ଶୀତଦିନେ ଛାତି ସଂକ୍ରମଣ, ହୃଦସ୍ପନ୍ଦନ ଓ ରକ୍ତଚାପ ଆଦି ସମସ୍ୟା ବୃଦ୍ଧି ପାଇଥାଏ । ଅତ୍ୟଧିକ ଥଣ୍ଡା ରକ୍ତବାହୀ ନଳୀକୁ ସଂକୀର୍ଣ୍ଣ କରିବାର ସମ୍ଭାବନା ରହିଥାଏ । ତେଣୁ ତାହା ରକ୍ତ ପ୍ରବାହକୁ ସୀମିତ କରିଦେଇଥାଏ । ଶୀତଦିନେ ସୁସ୍ଥ ଜୀବନ ପାଇଁ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ନିହାତି ଜରୁରୀ ।ଥଣ୍ଡା ବଢ଼ିବା କାରଣରୁ ହୃଦୟର ସ୍ନାୟୁ ବ୍ୟବସ୍ଥାରେ କ୍ୟାଟେକୋଲାମାଇନ୍ସ ବୃଦ୍ଧି ପାଇବାରୁ ତାହା ହୃଦଘାତର କାରଣ ସାଜିଥାଏ । ରକ୍ତଚାପ ରୋଗୀମାନେ ବାହାରକୁ ଯିବାରୁ ନିବୃତ୍ତ ରହିବା ସହ ସୁସ୍ଥ ପରିବେଶରେ ରୁହନ୍ତୁ । ଶୀତଦିନେ ବାୟୁ ପ୍ରଦୂଷଣ ପାଇଁ ଶ୍ୱାସ ସମସ୍ୟା ଦେଖାଦେଇଥାଏ । ଏହା ହୃଦଘାତ ରୋଗୀଙ୍କର ଛାତି ସଂକ୍ରମଣ ବଢ଼ାଇଥାଏ । ଶୀତଦିନେ ଆମର ଶରୀର ପର୍ଯ୍ୟାପ୍ତ ମାତ୍ରାରେ ସୂର୍ଯ୍ୟକିରଣ ନ ପାଇବାରୁ ଭିଟାମିନ୍ ଡି’ର ଅଭାବ ପରିଲକ୍ଷିତ ହୋଇଥାଏ । ଏହାର ଅଭାବରେ ହୃଦଘାତ ଆଶଙ୍କା ବଢ଼ିଥାଏ । ତେଣୁ ଆପଣମାନେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କରି ଭିଟାମିନ୍ ଡି ସପ୍ଲିମେଣ୍ଟ ନେଇପାରିବେ । ଏହି ସିଜିନିରେ ଶାରୀରିକ ସକ୍ରି୍ରୟତା ଅଭାବରୁ କାର୍ଡିଓ ଭାସ୍କୁଲାର ରୋଗ ହୋଇପାରେ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post