ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହେବା ସହିତ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ସଜେଇ ହେଉଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ବକୁଳ ବନରେ ଦୀର୍ଘ ୪ ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିର୍ତ୍ତି ସ୍ଥାପନ କରିଥିଲେ ରାଜ୍ୟ ସରକାର ।ଏହାରି ଭିତରେ ପ୍ରଥମ ପର୍ଯ୍ୟାୟରେ ୯ ଏକର ଜମିରେ ୩୦ କୋଟି ଟଙ୍କା ବିନିମୟ ରେ ସମ୍ପୂର୍ଣ ହୋଇଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ଖଣ୍ଡେ ଲାଇଟ ପଥର ଓ ବାହାର ଦେଶରୁ ଚାଇନାର ପ୍ଲେଟ, ଇଟାଲୀର ଟାଇଲ ଓ ବେଲଜିଅମ ରୁ ଆସିଥିବା କାଚ ଯାହା ଦୁଇ ସହ କିଲୋମିଟର ବେଗରେ ପବନ ହେଲେ ବି କୌଣସି କ୍ଷତି ହେବନାହିଁ ସେହିଭଳି ବାହାର ଦେଶରୁ ଆସିଥିବା କଟନ ଷ୍ଟିଲ ଯାହା କେବେ ବି ଖରା ବର୍ଷାରେ କଳଙ୍କି ଲାଗିବ ନାହିଁ । ଏହି ପ୍ରକଳ୍ପ ରେ ବ୍ୟବହାର କରାଯାଇ ସମ୍ପୂର୍ଣ କରାଯାଇଛି। ୨୦୨୦ରୁ ଆରମ୍ଭ ହୋଇ ୨୦୨୪ରେ ଶେଷ କରାଯାଇ ଏହି ଐତିହାସିକ ପ୍ରକଳ୍ପକୁ ଆଜି ଓଡିଶାବାସୀଙ୍କୁ ଭେଟି ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।