ଗତକାଲି ପ୍ରାଣ ପ୍ରତିଷ୍ଠ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ସାଧାରଣ ଲୋକଙ୍କ ପାଇଁ ଖୋଲିଛି ରାମ ମନ୍ଦିରର ଦ୍ୱାର । ପ୍ରଥମ ଦିନରେ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଛନ୍ତି । ଭୋର ୩ ଟାରୁ ଦର୍ଶନ ପାଇଁ ମନ୍ଦିର ବାହାରେ ଲୋକଙ୍କ ଭିଡ଼ ଜମିଥିଲା । ଭିଡ଼ ଏତେ ଅଧିକ ଯେ ଏହାକୁ ସମ୍ଭାଳିବା ପୋଲିସ କର୍ମଚାରୀଙ୍କ ପାଇଁ କଷ୍ଟକର ମନେ ହେଉଛି । ମନ୍ଦିରର ଭିଡିଓରେ ଦେଖିବାକୁ ମିଳୁଛି ଯେ ସୁରକ୍ଷା ବଳୟ ଭାଙ୍ଗି ବଳପୂର୍ବକ ବହୁ ସଂଖ୍ୟକ ଲୋକ ମନ୍ଦିର ପରିସରକୁ ପ୍ରବେଶ କରୁଛନ୍ତି ।ଅନ୍ୟ ଏକ ଭିଡିଓରେ ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଷ୍ଟ୍ରେଚରରେ ବୋହି ମନ୍ଦିର ପରିସର ବାହାରେ ଆମ୍ବୁଲାନ୍ସ ରଖିଥିବା ଦେଖିବାକୁ ମିଳିଛି । ଏଠାରେ ବହୁ ସଂଖ୍ୟକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ରାମ ମନ୍ଦିରଗର୍ଭଗୃହରେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଉପସ୍ଥିତ ଅଛନ୍ତି ।ବର୍ତ୍ତମାନ ସୁଦ୍ଧା ଅଯୋଧ୍ୟାର ରାମଲାଲାଙ୍କୁ ପ୍ରାୟ ଅଢ଼େଇରୁ ତିନି ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିସାରିଲେଣି ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post