ରାଉରକେଲା ବିମାନସେବାକୁ ନେଇ ସହରବାସୀଙ୍କ ପାଇଁ ଶୁଭ ସୂଚନା ଆସିଛି। ଆପ୍ରୋଚ୍ କଣ୍ଟ୍ରୋଲ ୟୁନିଟ୍ ପ୍ରତିଷ୍ଠା ସହ ବିଶେଷଜ୍ଞଙ୍କ ଯୋଗଦାନପରେ ଏଥର କେବଳ ୧୫ ଶହ ମିଟର ଭିଜିବିଲିଟିରେ ମଧ୍ୟ ଏଠାରେ ବିମାନ ଉଡ଼ାଣ ଓ ଅବତରଣ ସମ୍ଭବ ହେବ। ଆସନ୍ତା ୨୪ ତାରିଖରୁ ଏହି ସେବା ଆରମ୍ଭ ହେବବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।ରାଉରକେଲା ବିମାନବନ୍ଦରର ଭିଜିବିଲିଟି ୫ ହଜାର ମିଟର ରହିଥିଲା। ଏଣୁ ଖରାପ ପାଣିପାଗ ସମୟରେ ବିମାନ ଉଡ଼ାଣ/ଅବତରଣ ସମ୍ଭବ ହେଉନଥିଲା; ଯଦ୍ବାରା ନିୟମିତ ବ୍ୟବଧାନରେ ବିମାନସେବାକୁ ଅଘୋଷିତ ବାତିଲ କରାଯାଉଥିଲା। କିଛି ଦିନ ପୂର୍ବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସଂସଦରେ ରାଉରକେଲା ବିମାନସେବା ନେଇ ପ୍ରଶ୍ନ ଉତ୍ଥାପନ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ପତ୍ର ଲେଖି ସମସ୍ୟାର ତ୍ବରିତ ସମାଧାନ ଦାବି କରିଥିଲେ। ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଏଫ୍ଆର୍ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଇତିମଧ୍ୟରେ ଆପ୍ରୋଚ୍ କଣ୍ଟ୍ରୋଲ୍ ୟୁନିଟ୍ ସ୍ଥାପନ ସହ ଏଟିସି ଅଧିକାରୀଙ୍କ ତାଲିମ ସଂପନ୍ନ ହୋଇସାରିଛି। ଗତ ୨୧ ତାରିଖରୁ ଦୁଇ ଜଣ ଏଟିସି ଅଧିକାରୀ ରାଉରକେଲାରେ ଯୋଗଦେଇସାରିଲେଣି। ଏଏଆଇ ପକ୍ଷରୁ ଆନୁଷ୍ଠାନିକ ଅନୁମତି ମିଳିବାପରେ ପୂର୍ବବତ ବିମାନସେବା ଅବ୍ୟାହତ ରହିବ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post