OSRTC ବସ୍କୁ ପଛରୁ ଧକ୍କା ଦେଲା ଘରୋଇ ବସ୍
ଆଜି ଭୋର ସମୟରେ OSRTC ବସ୍ଟି ଯାତ୍ରୀଙ୍କୁ ଉଠାଇବା ପାଇଁ ରାସ୍ତାକଡ଼କୁ ଗାଡ଼ି ସାଇଡ୍ କରୁଥିଲେ। ଏହି ସମୟରେ ଘରୋଇ ବସ୍ଟି ଦ୍ରୁତ ଗତିରେ ଆସି OSRTC ବସ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଆହତ ହୋଇଛନ୍ତ। । ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରୋଇ ବସ୍ଟି ବ୍ରେକଫେଲ ହୋଇଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।