ଦେଶରେ ଚାଲିଛି ଶୀତ ଲହରୀ: ଦିଲ୍ଲୀରେ ପ୍ରବଳ ଶୀତ
ଦେଶରେ ଏବେ ଶୀତ ଲହରୀ ଚାଲିଛି । ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ପାଇଁ ଦେଖା ଯାଉନି ରାସ୍ତା ଘାଟ । ଦୃଶ୍ୟମାନ ଦୂରତା ୨୦ ମିଟରରୁ କମ ରହୁଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ । ଇନ୍ଦିରା ଗାନ୍ଧି ବିମାନ ବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ବିମାନ ବିଳମ୍ବରେ ଚାଲୁଛି । ଯାହାକୁ ନେଇ ଯାତ୍ରୀ ମାନେ ସମସ୍ୟା ଭୋଗୁଛନ୍ତି । ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ସମୟ ପ୍ରଭାବିତ ହୋଇଥିବାରୁ ଯାତ୍ରୀଙ୍କୁ ସୂଚନା ଜାରି କରାଯାଇଛି । ସେପଟେ ଅନେକ ଟ୍ରେନ ମଧ୍ୟ ବିଳମ୍ବରେ ଚାଲୁଛି ।
ଦୂର ସ୍ଥାନକୁ ଯାତ୍ରା କରିବାକୁ ଷ୍ଟେସନରେ ପହଞ୍ଚିଥିବା ଯାତ୍ରୀ ଅଟକି ରହିଛନ୍ତି । କୁହୁଡ଼ି ପାଇଁ ଗାଡ଼ି ମିଳୁ ନଥିବାରୁ ବହୁ ସମସ୍ୟା ଭୋଗୁଛନ୍ତି ଲୋକେ । କୁହୁଡ଼ି ସହ ପ୍ରବଳ ଜାଡ଼ ଲୋକଙ୍କୁ କଲବଲ କରୁଛି । ଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି । ୨୧ ତାରିଖ ଯାଏ ଶୀତ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଥଣ୍ଡାକୁ ନେଇ ଦିଲ୍ଲୀରେ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି ।