ଶୀତଦିନେ ଖାଆନ୍ତୁ ନାହିଁ ଏହି ଜିନିଷ

ଆସିପାରେ ହାର୍ଟ ଆଟାକ୍ !

ଆପଣଙ୍କଠାରେ ବ୍ଲଡ ପ୍ରେସର ସମସ୍ୟା ବଢ଼ିପାରେ । ହାଇ ବିପି କାରଣରୁ ବ୍ୟକ୍ତିକୁ ହାର୍ଟ ଆଟାକ୍ ଆସିପାରେ । ଏଥିପାଇଁ ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ ନକଲେ ଜୀବନ ମଧ୍ୟ ଯାଇପାରେ । ଏପରି ପରିସ୍ଥିତିରେ ଯଦି ଆପଣ ହାଇ ବିପିର ରୋଗୀ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛ, ତେବେ କିଛି ଜିନିଷଠାରୁ ଦୂରେଇ ରୁହନ୍ତୁ । ଏପରି କରିବା ଦ୍ୱାରା ଆପଣ ହାଇ ବିପି ସମସ୍ୟାରୁ ରକ୍ଷା ପାଇପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷକୁ ଭୁଲରେ ବି ଖାଇବା ଉଚିତ୍ ନୁହେଁ…

 ଆଚାର:-ହାଇ ବିପି ରୋଗୀମାନେ ଆଚାରର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ୍ । ଏହାର କାରଣ ହେଉଛି, ଆଚାରରେ ଅଧିକ ପରିମାଣର ଲୁଣ ଥିବାରୁ ଶରୀରରେ ସୋଡିୟମର ପରିମାଣ ବଢ଼ିିଥାଏ । ଫଳରେ ହାର୍ଟ ସହ ଜଡ଼ିତ ରୋଗ ଯେପରିକି ହାର୍ଟ ଆଟାକ୍ ଇତ୍ୟାଦି ହେବାର ଆଶଙ୍କା ବଢ଼ିିଯାଏ ।

ପ୍ରୋସେଷ୍ଟ ମାଂସ :-ପ୍ରକ୍ରିୟାକୃତ ମାଂସରେ ସୋଡିୟମ୍ ଅତ୍ୟଧିକ ଅଟେ । ଯଦି ଆପଣ ହାଇ ବିପି ରୋଗୀ, ତେବେ ତୁରନ୍ତ ପ୍ରକ୍ରିୟାକୃତ ମାଂସକୁ ଖାଦ୍ୟରୁ ବାଦ ଦିଅନ୍ତୁ ।

 ମିଠା:-ହାଇ ବିପିରେ ଅଧିକ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତି ହୋଇପାରେ । ଅତ୍ୟଧିକ ଚିନି ଖାଇବା ଦ୍ୱାରା ମୋଟାପଣ ଏବଂ ଦାନ୍ତ ସମସ୍ୟା ମଧ୍ୟ ହୋଇପାରେ । ସେଥିପାଇଁ ଅଧିକ ମିଠା ଖାଇବା ଠାରୁ ଦୂରେଇ ରୁହନ୍ତୁ ।

 ପିଜ୍ଜା, ଚିପ୍ସ :-ହାଇ ବିପି ରୋଗୀମାନେ ସେମାନଙ୍କର ଖାଦ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ବିପି ରୋଗୀମାନେ ପିଜ୍ଜା, ଚିପ୍ସ ଏବଂ ସ୍ନାକ୍ସ ଭଳି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା ହାଇ ବିପି ସମସ୍ୟାକୁ ଆହୁରି ବଢ଼ାଇପାରେ ।